ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ପ୍ରଥମେ କରୋନା ଟିକା ନେଇଥିବା ବ୍ୟକ୍ତି ୱିଲିୟମ୍ ସେକ୍ସପିୟରଙ୍କ ପରଲୋକ ହୋଇଛି ।ସେ ୨୦୨୦ ଡିସେମ୍ବର ମାସରେ ପ୍ରଥମ ଟିକା ନେଇ ଇତିହାସ ସୃଷ୍ଟି କରିଛନ୍ତି । ସେ ଟିକା ନେବା ପରେ ପୁରା ଦୁନିଆର ଲୋକଙ୍କୁ ଟିକା ନେବା ପାଇଁ ଅପିଲ୍ କରିଥିଲେ । ମଙ୍ଗଳବାର ତାଙ୍କର ୮୧ ବର୍ଷରେ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ମୁତାବକ ସେ ଅନେକ ଗୁଡିଏ ରୋଗରେ ପୀଡିତ ଥିଲେ । ସେ ୨୦୨୦ ଡିସେମ୍ବର ମାସରେ ପ୍ରଥମେ କରୋନା ବିରୋଧୀ ଟିକା ନେଇଥିଲେ । ବିବିସିର ରିପୋର୍ଟ ଅନୁସାରେ, ସେକ୍ସପିଅରଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଲୋକମାନଙ୍କୁ ଅପିଲ କରିଛନ୍ତି ଯେ, ସମସ୍ତେ ଟିକା ନେବା ହିଁ ସେକ୍ସପିଅରଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ । ସେ ଦୀର୍ଘ ୩୦ ବର୍ଷ ଧରି ସମାଜ ସେବା କରୁଥିଲେ । ହେଲେ ୨୦୨୦ ରେ ବିଶ୍ୱରେ କୋଭିଡ୍ କାୟା ମେଲାଇଥିଲା । ସୂଚନାଯୋଗ୍ୟ, କରୋନା ମହାମାରୀର ବର୍ତ୍ତମାନ ଦ୍ୱିତୀୟ ଲହର ଜାରି ରହିଛି । ଆଉ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର ଏବେ ଅନେକ ପ୍ରକାରର ଟିକା ତିଆରି କରିସାରିଲେଣି । ଆଉ ଆଜିକା ସମୟରେ କୋଟି କୋଟି ସଂଖ୍ୟାରେ ଲୋକ ଟିକାକରଣ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଖାସ୍ କରି ଆମେରିକାରେ ପ୍ରାୟତଃ ସମସ୍ତ ନାଗରିକ ଟିକା ନେଇସାରିଛନ୍ତି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |