କୋଲକାତା ୨୬।୦୫: ବାତ୍ୟା ୟାସ୍ କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ପୂର୍ବ ମେଦିନିପୁର ଓ ଦକ୍ଷିଣ ୨୪ ପ୍ରଗଣାର ଅନେକ ଅଞ୍ଚଳ ଜଳବନ୍ଦୀ ରହିଛି। ଉଚ୍ଚ ଜୁଆରରେ ଅନେକ ଯାନ ବାହାନ ଭାସୁଥିବା ଦେଖିବାକୁ ମିଳିଛି। ସମୁଦ୍ରରେ ୨ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିଛି। ବାତ୍ୟାର କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ର ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୟାସ୍ରେ ରାଜ୍ୟରେ ଅତି କମରେ ଏକ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତିନି ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା କାରଣରୁ ସମୁଦ୍ରରେ ଆସିଥିବା ଉଚ୍ଚ ଜୁଆରରେ ପୂର୍ବ ମେଦିନିପୁର, ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଶୁକ୍ରବାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବି ବୋଲି ମମତା କହିଛନ୍ତି। ପ୍ରଭାବିତ ଅଞ୍ଚଳକୁ ଏକ କୋଟି ଟଙ୍କାର ରିଲିଫ ସାମଗ୍ରୀ ପଠାଯାଇଥିବା ସେ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବଢୁଥିବା ଜଲସ୍ତର କାରଣରୁ ଦୁଇ ଉପକୂଳବର୍ତ୍ତୀ ଜିଲ୍ଲାର ଅନେକ ସ୍ଥାନରେ ବନ୍ଧ ଭାଙ୍ଗି ଯାଇଛି। ଏହି କାରଣରୁ ଅନେକ ଗାଁ ଜଳମଗ୍ନ ରହିଛି। ବିଦ୍ୟାଧରପୁର, ହୁଗୁଳି ଓ ରୂପନାରାୟଣ ସମେତ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ସେନା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ରାଜ୍ୟ ପୋଲିସ ଲୋକଙ୍କୁ ନିରାପଦ ସ୍ଥାନକୁ ପହଞ୍ଚାଇବା ପାଇଁ ଦିନରାତି କାମ କରୁଛନ୍ତି।
ତାଜା ଖବର
‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |ଜାଣନ୍ତୁ ବାତ୍ୟା ‘ଦାନା’କେଉଁଠି କରିବ ଲ୍ୟାଣ୍ଡଫଲ୍ଆଜି ପବିତ୍ର ଜନ୍ମାଷ୍ଟମୀଆଜି ଦେଶବ୍ୟାପୀ ଡାକ୍ତର ଧର୍ମଘଟ