Quantum Mirror

ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କୁ ମିଳିଲା ମୋବାଇଲ କିଟ୍

ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କୁ ମିଳିଲା ମୋବାଇଲ କିଟ୍

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଆଦେଶରେ ସମନ୍ନିତ ଶିଶୁ ବିକାଶ ବିଭାଗ ଦ୍ୱାରା ମୋହନା ବ୍ଳକର ୩୯ଟି ପଞ୍ଚାୟତରେ କାର୍ଯ୍ୟରତ ଥିବା ୬୫୦ ଜଣ କର୍ମଚାରୀଙ୍କୁ ମୋବାଇଲ କିଟ୍ ବଣ୍ଟନ କରାଯାଇଥିଲା। ସେଥିମଧ୍ୟରୁ ଅଙ୍ଗନାବାଡି କର୍ମୀ ୬୩୨ ଓ ସୁପରଭାଇଜରଙ୍କୁ ୧୮ ଟି ମୋବାଇଲ କିଟ୍ ପ୍ରଦାନ କରାଯାଇଛି। ଏହି କିଟରେ ଗୋଟିଏ ମୋବାଇଲ, ପାୱ।ର ବେଙ୍କ, ମେମୋରୀ କାର୍ଡ ରହିଛି। ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକଙ୍କ ଉପସ୍ଥିତିରେ ଏହି ସମସ୍ତ କିଟ୍ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଇସିଡିଏସ କାର୍ଯ୍ୟାଳୟର କନିଷ୍ଠ ସହାୟକ ଶିବଶଙ୍କର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×