Quantum Mirror

ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା

ଆସନ୍ତା ୩ ଦିନ ମଧ୍ୟରେ ଦେଶକୁ ଆସିବ ୧୧ ଲକ୍ଷ ଡୋଜ୍ ଟିକା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୧.୮୪ କୋଟି ଟିକା ମହଜୁଦ୍ ଥିବା ବେଳେ ଆହୁରି ୧୧ ଲକ୍ଷ ଡୋଜ୍ ଟିକା ଆଗାମୀ ତିନି ଦିନ ମଧ୍ୟରେ ଆସୁଛି । ଏନେଇ କେନ୍ଦ୍ର ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ସେପଟେ ଦେଶରେ ତୃତୀୟ ପର୍ୟ୍ୟାୟ ଟିକାକରଣ ଜାରି ରହିଥିବା ବେଳେ ଏହାରି ମଧ୍ୟରେ ଭାରତ ୧୩୦ ଦିନରେ ୨୦୦ ମିଲିୟନରୁ ଅଧିକ ଡୋଜ ଟିକା ଦେଇ ଟିକାକରଣରେ ବିଶ୍ବର ଦ୍ବିତୀୟ ସ୍ଥାନ ହାସଲ କରିଛି । ଏହି ୨୦୦ ମିଲିୟନ୍ ରେ ନଷ୍ଟ ହୋଇଥିବା ଟିକାର ଡୋଜ୍ ମଧ୍ୟ ସାମିଲ ରହିଥିବା କହିଛି କେନ୍ଦ୍ର । ତେବେ ଦେଶରେ କରୋନା ମହାମାରୀ ଯୋଗୁଁ ହନ୍ତସନ୍ତ ହେଉଥିବା ବେଳେ ମାଗଣାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଟିକା ନେବାର ବ୍ୟବସ୍ଥା କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ୧ ରୁ ଆରମ୍ଭ ହୋଇଥିବା ବେଳେ ଳକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଟିକା ନେଉଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×