ମୁମ୍ବାଇ ୨୭/୦୫: ୧୦ ଟିଜର୍ ଏବଂ ୧୩ ମୋସନ୍ ପୋଷ୍ଟର୍ ସହିତ ରିଲିଜ୍ ହେବ ଫିଲ୍ମ ‘ବ୍ରହ୍ମାସ୍ତ୍ର’, ସିବିଏଫସି ତରଫରୁ ମିଳିଲା ଅନୁମତି। କରନ ଜୋହର ପ୍ରଡକ୍ସନ୍ସର ବହୁ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୋନା ଲକଡାଉନ୍ ଯୋଗୁଁ ଅଟକି ରହିଛି। ଏହି ଥ୍ରୀଲର ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ସିଲଭର ସ୍କ୍ରିନ ସେୟାର କରୁଥିବା ନଜର ଆସିବେ। ‘ବ୍ରହ୍ମାସ୍ତ୍ର’ର ସୁଟିଂ ମୁମ୍ବାଇର ଫିଲ୍ମ ସିଟିରେ ଚାଲିଥିଲା। ପୂର୍ବରୁ ଏହି ଫିଲ୍ମର ସୁଟିଂ ଅନେକ ଥର ବନ୍ଦ ହୋଇଯାଇଥିଲା।ସୂଚନା ଅନୁଯାୟୀ, ଏହି ଫିଲଲ୍ମ ପାଇଁ ୧୦ ଟିଜର ଏବଂ ୧୩ ଟି ମୋସନ୍ ପୋଷ୍ଟର ରିଲିଜ୍ କରିବାକୁ ଧର୍ମ ପ୍ରଡକ୍ସନ୍ସକୁ ସିବିଏଫସି (ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍) ଅନୁମୋଦନ କରିଛି। ସିବିଏଫସି ଫିଲ୍ମ ନିର୍ମାତାଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ପ୍ରମୋସନାଲ୍ ସାମଗ୍ରୀକୁ କାଟି ନ ଦେଇ ପାସ କରିଦେଇଛି । ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ବଙ୍ଗାଳୀ ସମେତ ଅନେକ ଭାଷାରେ ପ୍ରମୋଟ୍ କରିବାକୁ ଏହି ଫିଲ୍ମକୁ ଅନୁମୋଦନ କରାଯାଇଛି। ଏହି ଫିଲ୍ମର ଟିଜରକୁ ସେନ୍ସର ବୋର୍ଡ U ସାର୍ଟିଫିକେଟ୍ ଦେଇଛି । ଏହା ବ୍ୟତୀତ ନିର୍ମାତାଙ୍କ ଦ୍ୱାରା ୫ ମିନିଟର ଏକ ଅନ୍ତର୍ଜାତୀୟ ଟ୍ରେଲର ମଧ୍ୟ ଫିଲ୍ମକୁ ପଠାଯାଇଛି।ବାଣିଜ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ୨୦୧୮ ରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ୨୦୨୧ ଚାଲିଛି। ଏପର୍ଯ୍ୟନ୍ତ ଏହାର ସୁଟିଂ ଶେଷ ନାହିଁ। ୨୦୨୧ ଶେଷରେ ଏହା ରିଲିଜ୍ ହୋଇପାରେ ବୋଲି ଆଶା କରାଯାଉଛି । ରଣବୀର ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରାଏ ମଧ୍ୟ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏଥିରେ ଶାହାରୁଖ ଖାନଙ୍କ ଏକ କ୍ୟାମିଓ ମଧ୍ୟ ଅଛି । ମନ୍ଦ ଉପରେ ଭଲର ବିଜୟର ବିଷୟବସ୍ତୁ ଉପରେ ଆଧାର କରି ଏହି ଫିଲ୍ମଟି ଆୟାନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି।
ତାଜା ଖବର
ପୁରୀ ରଥଯାତ୍ରାରେ ଧାର୍ମିକ ଓ ଆଧ୍ୟାତ୍ମିକ ରଙ୍ଗ, ତିନି ଠାକୁରଙ୍କ ଶୁଭ ଯାତ୍ରାବିଧାନସଭାରୁ ବଜେଟ ଅପଡେଟ୍ଆଜିଠାରୁ ମାଘ ସପ୍ତମୀ ମେଳା ।ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।