Quantum Mirror

ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର ୨୭/: ବାତ୍ୟା ୟଶ୍ ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଶୁକ୍ରବାର ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟ ଗସ୍ତ କରିବେ ସେ ପ୍ରଥମେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ସମୀକ୍ଷା ବୈଠକ କରିବେ ତାପରେ ସେ ବାଲେଶ୍ବର, ଭଦ୍ରକ ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରରେ ଆକାଶ ମାର୍ଗରୁ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ଏହା ସହ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ମଧ୍ୟ ଏକ ସମୀକ୍ଷା ବୈଠକ କରିବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ସେପଟେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ୟାସ୍ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ପାଇଁ ହେଲିକପ୍ଟର ଯୋଗେ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି  ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ଅପରାହ୍ନ ୧୨ଟା ୩୦ମିନିଟରେ ହେଲିକପ୍ଟର ଯୋଗେ ଏରିଏଲ୍ ସର୍ଭେ ପାଇଁ ମୁଖ୍ୟମନ୍ତ୍ରୀ ବାହାରିଥିଲେ ବାତ୍ୟାୟାସ୍ଯୋଗୁଁ ଭଦ୍ରକ ବାଲେଶ୍ବର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଛି ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗଛ ପଡିଛି କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି ଲୋକଙ୍କ ଘର ଉପରେ ମଧ୍ୟ ପଡ଼ିଛି ଗଛ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ ବାତ୍ୟା ଅପସରି ଯାଇଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଅଗ୍ନିଶମ ବାହୀନି ଗଛ ପଡ଼ିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍, ଏନଡିଆରଏଫର ୫୨ଟି ଟିମ୍ ଅଗ୍ନିଶମ ବାହିନୀର ଶହେରୁ ଅଧିକ ଟିମ୍ ମୁତୟନ ଅଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×