Quantum Mirror

କୋଭିଡ ଡାକ୍ତରଖାନା ଉଦଘାଟନ କଲେ ଜିଲ୍ଲାପାଳ

କୋଭିଡ ଡାକ୍ତରଖାନା ଉଦଘାଟନ କଲେ ଜିଲ୍ଲାପାଳ

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ କୋଭିଡ ଡାକ୍ତରଖାନାକୁ ଉଦଘାଟନ କରିଛନ୍ତି। ସାମନ୍ତିଆ ପଲ୍ଲୀ ମହନ୍ତ ଶ୍ରୀ ପର।ଙ୍କୁଶ ବିଦ୍ୟାଳୟ ଠାରେ ଏହି ଡାକ୍ତରଖାନା ଉଦଘାଟିତ ହେବା ସହ ତିରିଶି ଜଣ ରୋଗୀଙ୍କ ପାଇଁ ଶଯ୍ୟା ଅମ୍ଳଜାନ ବ୍ୟବସ୍ଥା ହୋଇଥିବା ଜଣା ଯାଇଛି। ଆସନ୍ତାକାଲିଠାରୁ ଏହି ଡାକ୍ତର ଖାନାରେ ରୋଗୀ ସେବା ଆରମ୍ଭ ହେବ। ପୂର୍ବରୁ ପାତ୍ରପୁର ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ଚିକିତ୍ସା କରଯାଉଥିବା ବେଳେ ବହୁ ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଯୋଗୁଁ ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ। ଆଜିର ଉଦଘାଟନ ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତି ଭାସନ, ପାତ୍ରପୁର ଗୋଷ୍ଟି ଚିକିତ୍ସଳୟର ଡାକ୍ତର ଡା. ସମ୍ବିତ କୁମାର ବେଗରାୟ, ତହସିଲଦାର ଅମିତ କୁମାର ନାୟକ, ବିଡିଓ ପ୍ରକାଶ କୁମାର ଦାଶ, ଶିଶୁବିକାଶ ଅଧକାରୀ ପଦ୍ମିନୀ ସାହୁ ସରପଞ୍ଚ ବି. ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×