Quantum Mirror

କରୋନା ଭ୍ୟାକ୍ସିନର ଗୋଟେ ଡୋଜ ରାତାରାତି ମହିଳାଙ୍କୁ କଲା କୋଟିପତି

କରୋନା ଭ୍ୟାକ୍ସିନର ଗୋଟେ ଡୋଜ ରାତାରାତି ମହିଳାଙ୍କୁ କଲା କୋଟିପତି

ୱାଶିଂଟନ୍,୨୮।୫:: ଆମେରିକାର ଓହିଓରେ କରୋନା ଭ୍ୟାକ୍ସିନ୍ କାରଣରୁ ଜଣେ ୨୨ବର୍ଷୀୟା ମହିଳା ହୋଇଛନ୍ତି କୋଟିପତି। ଏହି ମହିଳାଙ୍କୁ ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆରମ୍ଭ କରିଥିବା ଲଟେରୀ ଯୋଜନାର ପ୍ରଥମ ବିଜେତା ଭାବରେ ଚୟନ କରାଯାଇଛି। କେବଳ ଏତିକି ନୁହେଁ, ଜଣେ ୧୪ ବର୍ଷ ବୟସ୍କ ଯୁବକଙ୍କୁ ମଧ୍ୟ ସ୍କଲାରସିପ ପ୍ରଦାନ କରାଯାଇଛି। ତାଙ୍କୁ ପୁରା କଲେଜ ସମୟରେ ଫି ଉପରେ ଗୋଟିଏ ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁlଟୀକାକରଣ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସରକାର ନିକଟରେ ଏହି ଯୋଜନା ଆରମ୍ଭ କରିଥିଲେ। ଏହା ଅନୁସାରେ ଗୁରୁବାର ପ୍ରଥମ ପୁରସ୍କାର ବିଜେତା ଘୋଷଣା କରାଯାଇଥିଲା। ଓହିଓ ଗଭର୍ଣ୍ଣର ମାଇକ ଡିୱାଇନ୍ କହିଛନ୍ତି, ପ୍ରଥମ ପୁରସ୍କାର ଜିତିଥିବା ମହିଳାଙ୍କୁ ଏକ ମିଲିୟନ୍ ଡଲାର୍ (ପ୍ରାୟ ସାଢେ ସାତ କୋଟି ଟଙ୍କା) ମିଳିବ। ସେ ଏବେ ପ୍ରଥମ ଡୋଜ ଭ୍ୟାକ୍ସିନ୍ ନେଇଛନ୍ତିl

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×