Quantum Mirror

ସମ୍ବଲପୁରରେ ସ୍ଥାପନ ହେବ ନୂତନ କୋଭିଡ୍ ବିକାଶ ସିଟି ହସ୍ପିଟାଲ

ସମ୍ବଲପୁରରେ ସ୍ଥାପନ ହେବ ନୂତନ କୋଭିଡ୍ ବିକାଶ ସିଟି ହସ୍ପିଟାଲ

ଭୁବନେଶ୍ଵର, ୨୮।୫ : ସମ୍ବଲପୁରରେ ଆରମ୍ଭ ହେବ ଏକ ନୂତନ କୋଭିଡ ବିକାଶ ସିଟି ହସ୍ପିଟାଲ। ଏହି ହସ୍ପିଟାଲରେ ୮୦ ଏଚ.ଡି.ୟୁ, ୨୦ ଆଇ.ସି.ୟୁ, ଓ ୧୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯବ। ବିକାଶ ସିଟି ହସ୍ପିଟାଲ ଏହାର ପରିଚାଳନା ଦାୟିତ୍ଵ ନେବ। ଏମସିଏଲ ଏତିପାଇଁ ଆର୍ଥିକ ସହାୟତା ଯୋଗାଇବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।ଏହା ସହ ସୁନ୍ଦରଗଡ଼ ବସୁନ୍ଧରା ଡି.ସି.ଏଚରେ ମଧ୍ୟ ୨୦ ଏଚ.ଡି.ୟୁ ବେଡ, ୩୦ ଆଇ.ସି.ୟୁ ବେଡର ନୂତନ ସେଟଅପ ସ୍ଥାପନା କରାଯିବ। ଡି.ସି.ଏଚ ତାଳଚେର ଅନୁଗୁଳରେ ୪୦ ଅକ୍ସିଜେନ ବେଡକୁ ୧୦୦ ଅକ୍ସିଜେନ ବିଶିଷ୍ଟ ବେଡକୁ ବୃଦ୍ଧି କରାଯିବ। ଏତଦ୍ ବ୍ୟତୀତ ୧୦ଟି ଆଇସିୟୁ ବେଡକୁ ୩୦ଟି ଆଇସିୟୁ ବେଡକୁ ବୃଦ୍ଧି କରାଯିବ।ଆଜି ଏହି ସମସ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁବାଦନ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦ୍ଵାରା ଆଗାମୀ ଦିନରେ ବହୁତ ଜନସାଧାରଣ କୋଭିଡ ଚିକିତ୍ସା ପାଇପାରିବେ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×