Quantum Mirror

ପତଞ୍ଜଳି ସୋରିଷ ତେଲ ଅପମିଶ୍ରଣ ଅଭିଯୋଗ ରେ ରେଡ୍‌

ପତଞ୍ଜଳି ସୋରିଷ ତେଲ ଅପମିଶ୍ରଣ ଅଭିଯୋଗ ରେ ରେଡ୍‌

ରାଜସ୍ଥାନ: ରାଜସ୍ଥାନର ଅଲୱରରେ ପତଞ୍ଜଳି ବ୍ରାଣ୍ଡ ନାମରେ ସୋରିଷ ତେଲର ପ୍ୟାକିଂ କରୁଥିବା ଏକ ଅଏଲ ମିଲ୍କୁ ସିଜ୍ କରାଯାଇଛି । ଗୁରୁବାର ପୂରା ମିଲ୍କୁ ଭିଡ଼ିଓଗ୍ରାଫି କରାଯାଇଛି ଏବଂ ଏହାର ସାମ୍ପଲ ମଧ୍ୟ ନିଆଯାଇଛି। ମିଲ୍ରେ ପତଞ୍ଜଳିର ପ୍ରଚୁର ମାତ୍ରାରେ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଅଭିଯୋଗ ଯେ, ପତଞ୍ଜଳି ନାମରେ ଅପମିଶ୍ରଣ ସୋରିଷ ତେଲ ସପ୍ଲାଇ କରାଯାଉଛି । କୁହାଯାଉଛି କି ଅଲୱର ଜିଲ୍ଲା ପ୍ରଶାସନ ବୁଧବାର ବିଳମ୍ୱିତ ରାତ୍ରିରେ ଖୈରଥଲରେ ଅସ୍ମାଇଲପୁର ରୋଡ୍ ସ୍ଥିତ ଔଦ୍ୟୋଗିକ ଅଞ୍ଚଳରେ ଥିବା ସିଂଘାନିଆ ଅଏଲ ମିଲ୍ରେ ଚଢ଼ାଉ କରି ସିଲ୍ କରିଛି । ଏହାପରେ ଗୁରୁବାର ସନ୍ଧ୍ୟାରେ ଯାଞ୍ଚ କମିଟିର ଟିମ୍ ଏସ୍ଡିଏମ୍ ଅଲୱର ଯୋଗେଶ ଡାଗୁରଙ୍କ ନେତୃତ୍ୱରେ ଫ୍ୟାକ୍ଟ୍ରିରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲେ ।ଏବେ ଅଲୱର ଜିଲ୍ଲା ପ୍ରଶାସନ ପଚାରିବାରୁ ଅଏଲ ମିଲ୍ର ମାଲିକ କହିଥିଲେ କି ମୋ ପାଖରେ ବାବା ରାମଦେବଙ୍କ ପତଞ୍ଜଳିର ସାମଗ୍ରୀ ପ୍ୟାକିଂର ଅନୁମତି ଅଛି । ଫ୍ୟାକ୍ଟ୍ରିରୁ ପ୍ରଶାସନକୁ ପତଞ୍ଜଳି ବ୍ୟତୀତ ଶ୍ରୀ ଶ୍ରୀ ଅଏଲ୍ ବ୍ରାଣ୍ଡର ରାପର୍ ମିଳିଲା ।କୁହାଯାଉଛି କି ଖୈରଥଲର ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣରେ ସୋରିଷ ତେଲ ବାବା ରାମଦେବଙ୍କର କମ୍ପାନୀ ପତଞ୍ଜଳିକୁ ଯାଇଥାଏ । ପତଞ୍ଜଳି ଏହି ତେଲ ନିଜର ବ୍ରାଣ୍ଡର ଷ୍ଟାମ୍ପ ଲଗେଇ ବିକ୍ରି କରିଥାଏ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×