Quantum Mirror

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଲେ ମମତା

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଲେ ମମତା

କୋଲକାତା: ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଲେ ମମତା; ବାତ୍ୟା ସମ୍ପର୍କିତ କାଗଜ ଦେଇ ଚାଲିଗଲେ। ବିଜେପି ଓ ଟିଏମ୍ସି ମଧ୍ୟରେ ଏବେ ବି ଅସନ୍ତୋଷ ରହିଥିବା ଦେଖାଯାଉଛି। ପଶ୍ଚିମବଙ୍ଗ ନିର୍ବାଚନକୁ ମାସେ ପୂରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏବେ ବି ରାଜନୈତିକ ତିକ୍ତତା ଲାଗି ରହିଥିବା ଦେଖାଯାଉଛି। କାରଣ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବାକୁ ପଶ୍ଚିମବଙ୍ଗ ଯାଇଥିବା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଆଜି ୩୦ ମିନିଟ ବିଳମ୍ବରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।କେବଳ ମମତା ବାନାର୍ଜୀ ନୁହେଁ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ ବିଳମ୍ବରେ ପହଞ୍ଚିଥିଲେ। ଆଉ ବୈଠକରେ ପହଞ୍ଚିବା ପରେ ମମତା କ୍ଷୟକ୍ଷତି ସମ୍ପର୍କିତ କିଛି କାଗଜପତ୍ର ଦେଇ ସିଧା ବୈଠକରୁ ଚାଲିଯାଇଥିଲେ। ଅନ୍ୟ ଏକ ଜରୁରୀ ବୈଠକ ଅଛି ବୋଲି କାରଣ ଦର୍ଶାଇ ସେଠାରୁ ଚାଲିଯାଇଥିଲେ ମମତା। ବୈଠକରେ ରାଜ୍ୟପାଳ ଜଗଦପୀ ଧନଖଡ଼ କିନ୍ତୁ ଉପସ୍ଥିତ ରହିଥିଲେ।ମିଟିଂ ସରିବା ପରେ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ନଦେବା ନେଇ ମମତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବୈଠକ ସମ୍ପର୍କରେ ସେ ପୂର୍ବରୁ ଜାଣିନଥିଲେ। ଦୀଘାରେ ମୋର ଆଉ ଏକ ବୈଠକ ଥିଲା। ମୁଁ କଲାଇକୁଣ୍ଡା ଯାଇ ସେଠାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତିର ରିପୋର୍ଟ ଦେଇ ୨୦ ହଜାର କୋଟିର ସହାୟତା ପାଇଁ ଦାବି କରିଥିଲି। ସେଥିମଧ୍ୟରୁ ୧୦ ହଜାର କୋଟି ଦୀଘ ଓ ୧୦ ହଜାର କୋଟି ସୁନ୍ଦରବନର ବିକାଶ ପାଇଁ ମାଗିଛି ବୋଲି ମମତା କହିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅନୁମତି ନେଇ ମୁଁ ବୈଠକରୁ ଯାଇଛି ବୋଲି ମମତା କହିଛନ୍ତି।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×