Quantum Mirror

ଫାୟାରଷ୍ଟେସନ ଛକରେ ଯୁବକ ଜଣେ ମୁଁ ମନ୍ତ୍ରୀଙ୍କ ପୁଅ ପରିଚୟ ଦେଇ ପୋଲିସକୁ ଗାଳି

ଫାୟାରଷ୍ଟେସନ ଛକରେ ଯୁବକ ଜଣେ ମୁଁ ମନ୍ତ୍ରୀଙ୍କ ପୁଅ ପରିଚୟ ଦେଇ ପୋଲିସକୁ ଗାଳି

ଭୁବନେଶ୍ୱର,: ଗତକାଲି ସପ୍ତାହାନ୍ତ ସଟଡାଉନ୍ ଥିବାରୁ ରାଜଧାନୀ ଭିବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚେକିଂ କରାଯାଉଥିଲା । ଫାୟାର ଷ୍ଟେସନଠାରେ ଚେକିଂ କରାଯାଉଥିବା ସମୟରେ ଜୀବନ ଜ୍ୟୋତି ନାମକ ଜଣେ ଯୁବକ ନୟାପଲ୍ଲୀ ପଟୁ ସ୍କୁଟିରେ ଆସୁଥିଲେ । ପୋଲିସ ତାଙ୍କୁ ଅଟକାଇବା ସହ ପରିଚୟପତ୍ର ଦେଖାଇବାକୁ କହିଥିଲା । ଏହାପରେ ଜୀବନ ଭୀଷଣ ରାଗିଯିବା ସହ ନିଜକୁ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇ ପୋଲିସକୁ ଗାଳି କରିଥିଲେ । ଯୁବକ କହିଥିଲେ- ‘ମୁଁ ମନ୍ତ୍ରୀଙ୍କ ପୁଅ, ମୋତେ ବାଟ ଛାଡ଼, ନଚେତ୍ ଗୋଟିଏ ଫୋନ୍ କଲରେ ତୁମର ଚାକିରି ନେଇଯିବି ।’ ଯୁବକଙ୍କ ହାବଭାବରୁ ସେ ମଦ୍ୟପାନ କରିଥିବା ପୋଲିସ ଜାଣିପାରିଥିଲା । ତେଣୁ ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ଯୁବକ ଜଣକ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅ ବୋଲି ପରେ ଜଣାପଡ଼ିଥିଲା । ଯୁବକ ଜଣକ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇ ପୋଲିସକୁ ନାକେଦମ୍ କରିଦେଇଥିଲେ । ପୋଲିସ ଉକ୍ତ ଯୁବକ ଜୀବନଙ୍କୁ ଖଣ୍ଡିଗିରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×