Quantum Mirror

ଦେଶର ବିଭିନ୍ନ ରାଜ୍ୟରେ ତୈଳ ଦରବୃଦ୍ଧି

ଦେଶର ବିଭିନ୍ନ ରାଜ୍ୟରେ ତୈଳ ଦରବୃଦ୍ଧି

ଭୁବନେଶ୍ୱର: କରୋନାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ତୈଳ ଦରଦାମ୍ ବୃଦ୍ଧି ଏହି ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦାମ୍ ୧୦୦ ଟପିଯାଇଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିବା ଜଣାପଡ଼ିଛି । ମାଲକାନଗିରି ଜିଲ୍ଲାର କାଲିମେଳାରେ ଗତକାଲି ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତ୍ରିକମ କରିଥିଲା । କାଲିମେଳାରେ ପେଟ୍ରୋଲ ଲିଟର ୧୦୦.୭୨ ଟଙ୍କା ଓ ଡିଜେଲ ୯୮.୨୯ ଟଙ୍କା ରହିଥିଲା । ମାତ୍ର ମାଲକାନଗିରି ସହରରେ ପେଟ୍ରୋଲ ଲିଟର ୯୯.୭୩ ଟଙ୍କା ଓ ଡିଜେଲ ୯୭.୪୦ ପଇସା ରହିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୯୪.୭୨ ଟଙ୍କା ଓ ଡିଜେଲ ୯୨.୫୫ ଟଙ୍କାରେ ବିକ୍ରି ହେଉଛି । ଗତ ଦୁଇମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୩.୪୫ ଟଙ୍କା ଓ ଡିଜେଲ ୪.୪୩ ଟଙ୍କା ବୃଦ୍ଧି ପାଇଥିବା କୁହାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×