Quantum Mirror

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୭୩୫ ପଜିଟିଭ୍

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୭୩୫ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ ମଧ୍ୟ କରୋନା ଉପରେ ସାମାନ୍ୟ ପ୍ରଭାବ ପକାଇ ପାରୁନାହିଁ । ଏହା ମଧ୍ୟରେ ଆଜି ପୁଣି ୮୭୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୮୯୨ ଓ ସ୍ଥାନୀୟ ଅଞ୍ଚଳରୁ ୩୮୪୩ ଜଣ ଚିହ୍ନଟ ହୋଇଛନ୍ତି ।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୬ ଲକ୍ଷ ୮୦ ହଜାର ୯୩୨ ରହିଥିବା ବେଳେ ୮୯ ହଜାର ୯୫୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×