ସିଲିଣ୍ଡର ବିସ୍ଫୋରଣ ପରେ ଘର ଭୁଷୁଡି ୪ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ
ସିଲିଣ୍ଡର ବିସ୍ଫୋରଣ ପରେ ଘର ଭୁଷୁଡି ୪ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: : ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ, ଦୁଇ ମହିଳା ଓ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ଆଜି ସକାଳୁ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯିବା ସହ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିସ୍ଫୋରଣରେ ଦୁଇଟି କୋଠା ଘର ଭୁଶୁଡ଼ି ପଡ଼ିଥିଲା । ଫଳରେ ୧୨ରୁ ଅଧିକ ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ନିଶାର ଅହମ୍ମଦ (୩୫), ଶାମଶାଦ (୨୮), ସାଇକିନ ନିଶା (୩୫), ରୁବିନା ବାନୋ (୩୨), ମହମ୍ମଦ ଶୋଏବ (୨), ମେରାଜ (୧୧), ନୁରୀ ସବା (୧୨), ଶାହଜାନ ଅହମ୍ମଦ (୧୪) ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଚ୍ଚାଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।