Quantum Mirror

ପୁଣି ବଦଳିଲା ବ୍ୟାଙ୍କ ବନ୍ଦ ହେବାର ସମୟ

ପୁଣି ବଦଳିଲା ବ୍ୟାଙ୍କ ବନ୍ଦ ହେବାର ସମୟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରଭାବ ଯୋଗୁଁ ବ୍ୟାଙ୍କଗୁଡିକ ନିଜର କାମ କରିବା ସମୟ ହ୍ରାସ କରିଛନ୍ତି । କିନ୍ତୁ ୧ ଜୁନରୁ ରାଜ୍ୟଗୁଡିକରେ ଲଗାଯାଇଥିବା କଟକଣାକୁ ଟିକେ କୋହଳ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ଏହାର କାର୍ଯ୍ୟ ସମୟକୁ ବୃଦ୍ଧି କରିଛି । ଯଦି ଆପଣ କିଛି କାମରେ ବ୍ୟାଙ୍କ ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର । ଏସବିଆଇ ନିଜର କାର୍ଯ୍ୟ ସମୟକୁ ବଢାଇ ୬ ଘଣ୍ଟା କରିବାକୁ ଘୋଷଣା କରିଛି । ତେବେ ୧ ଜୁନରୁ ଦେଶର ସରକାରୀ ବ୍ୟାଙ୍କ ଏସବିଆଇ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଯଦି ଆପଣ ଏସବିଆଇର ଗ୍ରାହକ ଅଛନ୍ତି, ତେବେ ବ୍ୟାଙ୍କିଙ୍ଗ କାମ ପାଇଁ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଯାଇପାରିବେ । ଦେଶରେ ଏବେ କରୋନା ସ୍ଥିତିରେ ସୁଧାର ଆସିଛି, ଯାହାକୁ ଦୃଷ୍ଟିରେ ରଖି ବ୍ୟାଙ୍କରେ କାମ କରିବା ସମୟକୁ ଆଛି କିଛି ଘଣ୍ଟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କର ଏହି ନୂଆ ସମୟ ୧ ଜୁନରୁ ବଦଳି ଯାଇଛି । ଏସବିଆଇ ନିଜର ଅଫିସିଆଲ ଆକାଉଣ୍ଟରେ ଏନେଇ ସୂଚନା ଦେଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×