ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଗଣ୍ଟା ମଧ୍ୟରେ ରେକର୍ଡ ୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରଥମଥର ପାଇଁ ଗୋଟିଏ ଦିନରେ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨,୮୭୩କୁ ବୃଦ୍ଧି ପାଇଛି ।ତେବେ ସୁନ୍ଦରଗଡରୁ ଆଜି ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡା ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଦେବଗଡ, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର ଓ ରାୟଗଡାରୁ ୨ ଜଣ ଲେଖାଏଁ, ବରଗଡ, ଭଦ୍ରକ, ଗଞ୍ଜାମ, ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଅନ୍ୟପଟେ ଆଜି ରାଜ୍ୟରେ ୮ ହଜାର ୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ସ୍ଥାନୀୟ ଅଞ୍ଚଳରୁ ୩୮୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଳକ୍ଷ ୯୦ ହଜାର ୯୭୦କୁ ବୃଦ୍ଧି ପାଇଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |