Quantum Mirror

ଓଡିଶାରେ ଆଉ ୧୫ ଦିନ ଭିତରେ କମିବ କରୋନା

ଓଡିଶାରେ ଆଉ ୧୫ ଦିନ ଭିତରେ କମିବ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ରେକର୍ଡସ୍ତରରେ ପହଞ୍ଚିଛି ଏହାରି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସେ କହିଛନ୍ତି ଯେ, ଓଡିଶାରେ ଆଉ ୧୦ରୁ ୧୫ ଦିନ ଭିତରେ କରୋନା ସଂକ୍ରମଣ କମିବ ମେ୧୫ରୁ ୨୫ ପର୍ଯ୍ୟନ୍ତ ଓଡିଶାରେ କରୋନା ମହାମାରୀ ପିକରେ ଥିଲା ଭୁବନେଶ୍ୱର, କଟକ ଢେଙ୍କାନାଳ ଭଳି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି ମୃତ୍ୟୁହାରରେ ଜାତୀୟ ସ୍ତରଠୁ ଓଡିଶାର ସ୍ଥିତି ଖୁବ ଭଲ ଅଛି ଅନ୍ୟ ରୋଗ ପାଇଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ବଢୁଛି ଲୋକଙ୍କ ଅବହେଳା ଯୋଗୁଁ ଓଡିଶାରେ ମୃତ୍ୟୁସଂଖ୍ୟା ବଢୁଥିବା କହିଛନ୍ତି ଅଜୟ ପରିଡା ବର୍ତ୍ତମାନ ଦେଶରେ B1.617.2 ଭୂତାଣୁ ଦେଖା ଦେଇଛି ୬୦% ଲୋକଙ୍କୁ ଏହି ଭୁତାଣୁ ସଂକ୍ରମିତ କରୁଛି ଓଡ଼ିଶାରେ ବି ସମାନ ଅନୁପାତରେ ସମାନ ଭୁତାଣୁ ଦେଖା ଦେଇଛି ବୋଲି କହିଛନ୍ତି ଅଜୟ ତେବେ ରାଜ୍ୟରେ ଆଜି ହଜାର ୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୪୮ ସ୍ଥାନୀୟ ଅଞ୍ଚଳରୁ ୩୮୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷ ୯୦ ହଜାର ୯୭୦କୁ ବୃଦ୍ଧି ପାଇଛି ଏହା ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ସୁନ୍ଦରଗଡରୁ ଆଜି ସର୍ବାଧିକ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ସେହିପରି କଟକ କଳାହାଣ୍ଡିରୁ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡା ଖୋର୍ଦ୍ଧାରୁ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଦେବଗଡ, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର ରାୟଗଡାରୁ ଜଣ ଲେଖାଏଁ, ବରଗଡ, ଭଦ୍ରକ, ଗଞ୍ଜାମ, ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ,୮୭୩କୁ ବୃଦ୍ଧି ପାଇଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×