Quantum Mirror

ବୁଲା ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବୁଲା ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଲାଗୁ ହେବା ଯୋଗୁଁ ଜନସାଧାରଣଙ୍କ ସହ ପ୍ରଭାବିତ ହୋଇଛନ୍ତି ବୁଲା ପଶୁଜନ୍ତୁ । ତେବେ ଏହି ଲକଡାଉନ ସମୟରେ ପଶୁଜନ୍ତୁଙ୍କଙ୍କୁ ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ କରାଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କାକୁ ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ କରାଯିବ । ବିଏମସି ଦୈନିକ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁଥିବାବେଳେ ଅନ୍ୟ ୪ ଟି ମ୍ୟୁନିସିପାଲ କର୍ପୋରେସନରେ ଦୈନିକ ୧୦,୦୦୦ ଟଙ୍କା ଖର୍ଚ୍ଚ କରାଯିବ । ୪୮ଟି ପୌରସଂସ୍ଥା ଦୈନିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ୬୧ଟି ଏନଏସି ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×