Quantum Mirror

ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ

ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ

ଭୁବନେଶ୍ୱର: ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ରାଜରାସ୍ତାରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେବା ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଉକ୍ତ ଯୁବକକୁ ଅପହରଣ କରି ନେଇଛନ୍ତି । ଏଭଳି ଘଟଣା ଡେଲଟା ଛକ ନିକଟରେ ଦେଖିବାକୁ ମିଳିଛି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସନ୍ଧ୍ୟା ୫ଟା. ୩୦ ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା ଛକ ନିକଟରେ ଥିବା ଏକ ନୀଳ ରଙ୍ଗର କାର ପାଖକୁ ନେଇଥିଲେ । ଗାଡ଼ି ନମ୍ବର ଓଡି ୦୨ ବିଇ ୭୬୫୬ ଉକ୍ତ କାରରେ ଥିବା ଜଣେ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତ ଗାଡ଼ିରେ ଭର୍ତ୍ତି କରି ଅପହରଣ କରିନେଇଥିଲେ । ସ୍ଥାନୀୟ କିଛି ଲୋକେ ଯୁବକଙ୍କୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଘଟଣା ସ୍ଥଳରେ ଅପହରଣ ହୋଇଥିବା ଯୁବକର ଗୋଟିଏଜୋତା ମଧ୍ୟ ପଡିରହିଛି । ଘଟଣା ସ୍ଥଳରେପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଡିସିପି ଡକ୍ଟର ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାର ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଛି।ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ପୋଲିସ ଚଢାଉ କାର୍ଯ୍ୟ ଜାରି ରଖିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ଜଣେ ମହିଳା ବିରୋଧ କରିଥିବାବେଳେ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ଯୁବକକୁ ଅପହରଣ କରାଯାଉଥିବା ଦୃଶ୍ୟକୁ ଦେଖୁଥିଲେ ମଧ୍ୟ ଏହାକୁ ବିରୋଧ ନ କରିବା ଏବଂ ଯୁବକକୁ ଉଦ୍ଧାର କରାନଯିବା ଅତ୍ୟନ୍ତ ନିନ୍ଦାଜନକ ବୋଲି ସେ କହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×