Quantum Mirror

ଟ୍ରେନରେ ପ୍ରେମ ହେଲା, ପ୍ରେମିକା କଳାକନା ବୁଲାଇଦେଲା

ଟ୍ରେନରେ ପ୍ରେମ ହେଲା, ପ୍ରେମିକା କଳାକନା ବୁଲାଇଦେଲା

ଅଲୀଗଡ: ଉତ୍ତରପ୍ରଦେଶର ଅଲୀଗଡରୁ ଚୋରି ଏବଂ ଲୁଟର ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଅଲୀଗଡର କ୍ୱାର୍ସୀ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକ ଟ୍ରେନ୍ ରେ ଯାଉଥିବା ସମୟରେ ଗୋଟିଏ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ଏଠାରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ଘରୁ ସବୁ ସୁନା ଗହଣା ଓ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି । ଯାହା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଏହାପରେ ସେମାନେ ଏକାଠି କିଛି ଦିନ ରହିବାକୁ ଲାଗିଲେ । ହେଲେ ଉକ୍ତ ଯୁବତୀ ସୁଯୋଗ ଦେଖି ଯୁବକଙ୍କ ଘରକୁ କଳାକନା ବୁଲାଇ ଦେଇଛି । ଘରେ ଥିବା ସବୁତକ ସୁନା ଗହଣା ଓ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛି । ବହୁତ ଖୋଜାଖୋଜି ପରେ ନ ପାଇବାରୁ ଯୁବକ ଜଣଙ୍କ ଏବେ ଅଲୀଗଡ ଏସଏଏପିଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ମୁତାବକ, ପୀଡିତ ଯୁବକ ଜଣକ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ପ୍ରାୟ ଦେଢ଼ ମାସ ତଳେ ଟ୍ରେନ୍ ରେ ଦିଲ୍ଲୀକୁ ଯାତ୍ରା କରୁଥିଲେ । ଏହି ସମୟରେ ସେ ଏକ ଯୁବତୀଙ୍କୁ ଭେଟିଥିଲେ । ଆଉ କଥାବାର୍ତ୍ତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଯୁବକଙ୍କ ଘରେ ଦୁହେଁ ଏକାଠି ରହିବାକୁ ଲାଗିଲେ । ହେଲେ ପ୍ରାୟ ଦେଢ଼ ମାସକାଳ ଏକାଠି ରହିବା ପରେ ଯୁବତୀ ଜଣଙ୍କ ସମୟ ସୁବିଧା ଦେଖି ସୁନା ଗହଣା ଓ ଟଙ୍କା ଲୁଟ୍ କରି ଚମ୍ପଟ ମାରିଛନ୍ତି । ଯୁବକ ଜଣକ ସେହି ସମୟରେ ବଜାରକୁ ଜିନିଷ ଆଣିବାକୁ ଯାଇଥିବା ସମୟରେ ଯୁବତୀ ଚମ୍ପଟ ମାରିଥିବା ଜଣାପଡିଛି । ପୋଲିସ୍ ପାଖରେ ଯୁବକ ଜଣକ ଅଭିଯୋଗ କରିବାପରେ ଏବେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×