Quantum Mirror

୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ କେବେ ଦିଆଯିବ ୨ୟ ଡୋଜ୍ ଟିକା?

୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ କେବେ ଦିଆଯିବ ୨ୟ ଡୋଜ୍ ଟିକା?

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ଆସନ୍ତା ୮ ଓ ୯ ତାରିଖରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ଏହା ସହ ବନ୍ଦ ରହିଥିବା ମୋବିଲାଇଜେସନ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ହେବ । ତେବେ ମେ’ ୩,୪ ଓ ୫ରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଏହି ତାରିଖରେ ୨ୟ ଡୋଜ୍ ଟିକା ଦିଆଯିବ । ଏନେଇ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବ । ପୂର୍ବରୁ ନେଇଥିବା କେନ୍ଦ୍ରରେ ହିଁ ଲୋକମାନଙ୍କୁ ଟିକାକରଣ କରାଯିବ ବୋଲି କୁହାଯାଇଛି । କୋୱିନ ଆପରେ ସ୍ଲଟ୍ ବୁକ କରିଥିବା ବ୍ୟକ୍ତି ପୁଣି ସ୍ଲଟ ବୁକିଂ କରି ଟିକା ନେଇପାରିବେ । ଟିକାର ପରିମାଣ ଦେଖି ଟିକାକରଣ କରାଯିବ ବୋଲି ଅତିରିକ୍ତ କମିଶନର କହିଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×