Quantum Mirror

ପ୍ରଥମଥର ପାଇଁ ବୈଜ୍ଞାନିକ ମାନେ ଲ୍ୟାବରେ ପ୍ରସ୍ତୁତ କଲେ ମା’କ୍ଷୀର

ପ୍ରଥମଥର ପାଇଁ ବୈଜ୍ଞାନିକ ମାନେ ଲ୍ୟାବରେ ପ୍ରସ୍ତୁତ କଲେ ମା’କ୍ଷୀର

କୌଣସି ବି ନବଜାତ ଶିଶୁପାଇଁ ମା’କ୍ଷୀର ଅମୃତ ସମାନ । ଶିଶୁର ଶାରିରୀକ ବିକାଶ ପାଇଁ ମା’କ୍ଷୀର ହିଁ ସବୁଠାରୁ ଉପାଦେୟ ବୋଲି ଡାକ୍ତରମାନେ କହିଥାନ୍ତି । ତେଣୁ ପିଲା ଜନ୍ମ ହେବାର ୬ ମାସ ଯାଏଁ ଶିଶୁକୁ ମା’କ୍ଷୀର ଦେବାକୁ ସେମାନେ ପରାମର୍ଶ ଦେଇଥାନ୍ତି । ହେଲେ ବଦଳୁଥିବା ଜୀବନଶୈଳୀ ଓ ଆଧୁନିକତାର ଛାପ ଫଳରେ ଏବେ କିଛି ମହିଳାମାନେ ନିଜ ନିଜ ରୂପର ଚମକ ନଷ୍ଟ ହୋଇଯିବା ଆଶଙ୍କା କରି ନିଜ ପିଲାକୁ କ୍ଷୀର ଦେବାରୁ ବିରତ ରହୁଛନ୍ତି । ଏହାକୁ ନଜରରେ ରଖି ବୈଜ୍ଞାନିକ ମାନେ ଲ୍ୟାବରେ ପ୍ରସ୍ତୁତ କରିଛନ୍ତି ମା’କ୍ଷୀର । ଯାହାକି ଅବିକଳ ମା’କ୍ଷୀର ଭଳି ଶିଶୁକୁ ପ୍ରୋଟିନ ଯୋଗାଇବ ।ବାୟୋମିଲ୍କ ନାମରେ ଏକ ଷ୍ଟାଟ୍ ଅପ୍ ମହିଳାମାନଙ୍କ ସ୍ତନକୋଷରୁ ଏହି ଦୁଗ୍ଧ ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଏହି କମ୍ପାନୀରେ ସର୍ବାଧି ମହିଳା କାର୍ଯ୍ୟ କରିଥାନ୍ତି । କମ୍ପାନୀ ତରଫରୁ କୁହାଯାଇଛି କି ଲ୍ୟାବରେ ପ୍ରସ୍ତୁତ ଏହି କ୍ଷୀରରେ ସବୁ ପ୍ରକାର ପୌଷ୍ଟିକ ତତ୍ତ୍ୱ ରହିଛି ଯାହା ମା’କ୍ଷୀରରେ ରହିଥାଏ ।କମ୍ପାନୀ ଦାବି କରିଛି କି, ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ହିସାବରେ ଦେଖାଗଲେ ଏହି କ୍ଷୀରରେ ସବୁ ପ୍ରକାର ପ୍ରୋଟିନ୍, କାର୍ବୋହାଇଡ୍ରେଡ, ଫ୍ୟଟି ଏସିଡ ଓ ବାୟୋଏକ୍ସିଭ୍ ଲିପିଡସ୍ ରହିଛି, ଯାହାକି ଶିଶୁ ମାନଙ୍କୁ ମା’କ୍ଷୀରରୁ ମିଳିଥାଏ । ଏହାସହ କମ୍ପାନୀ ତରଫରୁ ଆହୁରି କୁହାଯାଇଛି କି, ସେମାନଙ୍କ ଉତ୍ପାଦରେ ଇମିନ୍ୟୁ ଡେଭଲପମେଣ୍ଟ, ଶରୀରର ପରିପକ୍ୱତା, ମାଇକ୍ରୋବାୟମ ଓ ମାନସିକ ବିକାଶକୁ ତ୍ୱରାନ୍ୱିତ କରୁଥିବା ତତ୍ୱ ରହିଛି । ଏହାସହ ଆଗମୀ ୩ ବର୍ଷ ମଧ୍ୟରେ ଏହି ପ୍ରଡକ୍ଟ ମାର୍କେଟରେ ଉପଲବ୍ଧ କରାଇବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।କହିରଖୁ କି ବରିଷ୍ଠ ସେଲ୍ ବାୟୋଲୋଜିଷ୍ଟ ଡାକ୍ତର ଷ୍ଟ୍ରିକଲାଣ୍ଡ ନିଜ ଅନୁଭବରୁ ବ୍ରେଷ୍ଟ ମିଲ୍କର ବିକଳ୍ପ ଉପରେ କାମ ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ଏକ ଲ୍ୟାବରେ ସ୍ତନକୋଷ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×