Quantum Mirror

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦୈନିକ ୪ ଲକ୍ଷ ଲୋକ କରୋନା ପଜିଟିଭ ହେଉଥିବା ବେଳେ ଏବେ ୧ ଲକ୍ଷ ପାଖାପାଖି ଲୋକ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ବିନା ଲକ୍ଷଣ ବା ହାଲୁକା ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି । ଏହା ଗାଇଡଲାଇନ୍ ଅନୁସାରେ ଆଣ୍ଟିପାଇରେଟିକ୍ ଏବଂ ଆଣ୍ଟିଟୁସିଭ୍ ବ୍ୟତୀତ ଅନ୍ୟ ସମସ୍ତ ଔଷଧକୁ ହଟାଇ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମେ ୨୭ ରେ ଜାରି କରାଯାଇଥିବା ସଂଶୋଧିତ ଗାଇଡଲାଇନ୍ ଅନୁଯାୟୀ ବିନା ଲକ୍ଷଣ ଏବଂ ସାମାନ୍ୟ ଲକ୍ଷଣ ବିନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଦ୍ୱାରା ଦିଆଯାଉଥିବା ହାଇଡ୍ରାକ୍ସିକ୍ଲୋରୋକୁଇନ୍, ଆଇଭମେକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ, ମଲ୍ଟିଭିଟାମିନ୍ ଏବଂ ଅନ୍ୟାନ୍ୟ ଔଷଧକୁ ବନ୍ଦ କରାଯାଇଛି । ବର୍ତ୍ତମାନ କେବଳ ଜ୍ୱର ପାଇଁ ଆଣ୍ଟିପାଇରେଟିକ୍ ଏବଂ ଥଣ୍ଡା ଲକ୍ଷଣ ପାଇଁ ଆଣ୍ଟିଟ୍ୟୁସିଭ୍ ଦିଆଯିବ । ଏହା ସହ ଗାଇଡଲାଇନରେ ରୋଗୀମାନଙ୍କର ଅନାବଶ୍ୟକ ପରୀକ୍ଷା ବନ୍ଦ କରିବାକୁ ଡାକ୍ତରମାନଙ୍କୁ କୁହାଯାଇଛି । ଏଥରେ ସିଟି ସ୍କାନ୍ ମଧ୍ୟ ଅନ୍ତର୍ଭୁକ୍ତ । କରୋନାକୁ ରୋକିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ଫେସ୍ ମାସ୍କ ଏବଂ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ, ଯଦି ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୁଏ, ତେବେ ଫୋନରେ ପରାମର୍ଶ ନେବା ସହ ପୁଷ୍ଟିକର ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି କରୋନା ରୋଗୀ ଏବଂ ସେମାନଙ୍କ ପରିବାରକୁ ପରସ୍ପର ମଧ୍ୟରେ ଫୋନ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ସକାରାତ୍ମକ କଥାବାର୍ତ୍ତା ଓ ପରସ୍ପର ସହ ସମ୍ପର୍କରେ ରହିବାକୁ ଗାଇଡଲାଇନରେ କୁହାଯାଇଛି । ବିନା ଲକ୍ଷଣହୀନ ରୋଗୀଙ୍କୁ କୌଣସି ଔଷଧ ଦିଆନଯିବାକୁ କୁହାଯାଇଛି । ଏଥି ସହିତ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ଏବଂ ଅମ୍ଳଜାନ ସ୍ତର ଉପରେ ନଜର ରଖିବାକୁ କୁହାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×