Quantum Mirror

ମୁମ୍ବାଇରେ ପ୍ରବଳ ବର୍ଷାରେ ଭାଙ୍ଗିଲା କୋଠା । ୧୧ ଜଣଙ୍କ ମୃତ୍ୟୁ, ୧୮ ରୁ ଅଧିକ ଗୁରୁତର ।

ମୁମ୍ବାଇରେ ପ୍ରବଳ ବର୍ଷାରେ ଭାଙ୍ଗିଲା କୋଠା । ୧୧ ଜଣଙ୍କ ମୃତ୍ୟୁ, ୧୮ ରୁ ଅଧିକ ଗୁରୁତର ।

ଗତକାଲି ରାତିରେ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ ଥିବା କଲେକ୍ଟର କମ୍ପାଉଣ୍ଡରେ ଏକ ୪ ମହଲା ବିଶିଷ୍ଟ କୋଠା ଭୂଷୁଡି ପଡିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଂଚି ୧୮ ଜଣ ଲୋକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ୧୧ ଜଣ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ ଗତକାଲି ରାତିରେ ବର୍ଷା କାରଣରୁ ବଡ ଦୁର୍ଘଟଣା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଛୋଟ ପିଲା ରହିଛନ୍ତି ।କହିରଖୁ କି  ସବୁଠାରୁ ଦୁଃଖର କଥା ମୃତ୍ୟୁ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଛୋଟ ପିଲା ରହିଛନ୍ତି । ଏହାସହ ଭୁଷୁଡି ପଡିଥିବା କୋଠା ନିକଟରେ ଥିବା ୨ ଟି ଭଙ୍ଗା କୋଠାକୁ ବି ରେସ୍କ୍ୟୁ ଟିମ୍ ଭାଙ୍ଗି ଦେଇଛନ୍ତି । ଏହି ଘଟଣା ଗତକାଲି ରାତି ୧୧ ଟାରେ ହୋଇଥିବା ଜଣାପଡିଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×