Quantum Mirror

୨୦ରୁ ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

୨୦ରୁ ପୁରୀ ଓ କାମାକ୍ଷା ମଧ୍ୟରେ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ପୁରୀ ଏବଂ କାମାକ୍ଷା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି ।୦୫୬୪୦ /୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ମାସ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୮ଘ ୧୦ମି ରେ ଛାଡିବାକୁ ଥିବା ବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୨୨ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୨ଘ.୫୫ମି.ରେ ଛାଡି ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ ।ଏହି ଟ୍ରେନପୂର୍ବତଟ ରେଳପଥ ପରିସୀମାରେ ସାକ୍ଷୀଗୋପଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ବାଲେଶ୍ୱର, ହିଜିଲି, ମେଦିନପୁର, ଆସନସୋଲ, ଦୁର୍ଗାପୁର, ରାମପୁର ହାଟ, ନ୍ୟୁ ଜଲପାଈଗୁଡ଼ି ଓ ରଙ୍ଗିଆ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×