Quantum Mirror

ଧାନର ଏମଏସପି ବୃଦ୍ଧି କରିବାକୁ ଦାବି କଲେ ଓଡ଼ିଶା ସରକାର

ଧାନର ଏମଏସପି ବୃଦ୍ଧି କରିବାକୁ ଦାବି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୃଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ରକୁ ଦାବି ଜଣାଇଛନ୍ତି ରାଜ୍ୟ ସରକାର । ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରିବା ପାଇଁ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏମଏସପି ୨୯୩୦ଟଙ୍କାରୁ ବଢ଼ାନ୍ତୁ କେନ୍ଦ୍ର ସରକାର । ସୂଚନା ଯୋଗ୍ୟ ଯେ ଗତ ୯ ତାରିଖରେ କେନ୍ଦ୍ର ସରକାର ଏମଏସପି ଘୋଷଣା କରିଥିଲେ । ସାଧାରଣ ଧାନର ସହାୟକ ଦର ୧୮୬୮ରୁ ୧୯୪୦ ଟଙ୍କା ଏବଂ ଗ୍ରେଡ୍-ଏ ପାଇଁ ୧୯୬୦ଟଙ୍କାକୁ ଏମଏସପି ବୃଦ୍ଧି କରିଥିବା କେନ୍ଦ୍ର ସରକାର ଘୋଷଣା କରିଥିଲେ । ତେବେ ଏହା ଓଡ଼ିଶାର ଚାଷୀଙ୍କୁ ସହାୟକ ହେବ ନାହିଁ । ତେଣୁ ଏ ଦିଗରେ ତୁରନ୍ତ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ କୃଷିମନ୍ତ୍ରୀ ଶ୍ରୀ ସାହୁ କେନ୍ଦ୍ରର ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×