Quantum Mirror

କଣ ଟିଏମସିକୁ ଫେରିବେ ମୁକୁଲ ରୟ୍? ଆଜି ସନ୍ଧ୍ୟାରେ କରିବେ ଦିଦିଙ୍କ ସହ ଆଲୋଚନା!

କଣ ଟିଏମସିକୁ ଫେରିବେ ମୁକୁଲ ରୟ୍? ଆଜି ସନ୍ଧ୍ୟାରେ କରିବେ ଦିଦିଙ୍କ ସହ ଆଲୋଚନା!

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)କୁ ଛାଡି ରାଷ୍ଟ୍ରୀୟ ଉପସଭାପତି ଭାବେ ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ପୁଣିଥରେ ଟିଏମସି ମୁହାଁ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଘନଘନ ଆଲୋଚନା ମୁଣ୍ଡ ଟେକିବାକୁ ଲାଗିଛି । ତେବେ ଏହି ରାଜନୈତିକ ଆଲୋଡନର ମୁଖ୍ୟକାରଣ ହେଉଛି ମୁକୁଲ ରୟ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଇପାରନ୍ତି । ହେଲେ ମମତାଙ୍କ ସହିତ ସାକ୍ଷାତକାର ପୂର୍ବରୁ ହିଁ ରାଜନୀତି ଜୋର୍ ଧରିବାକୁ ଲାଗିଛି । ତେବେ ଜୁନ୍ ୨ ତାରିଖରେ ଟିଏମସିର ଅଭିଷେକ ବାନାର୍ଜୀ, ମୁକୁଲ ରୟଙ୍କର ଅସୁସ୍ଥ ଥିବା ପତ୍ନୀଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିଲେ । ଆଉ ତାପରଠାରୁ ହିଁ ରାଜନୀତି ସମୀକରଣରେ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି । ଖାଲି ସେତିକି ନୁହେଁ, କିଛି ଦିନ ତଳେ ମୁକୁଲ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଡକାଯାଇଥିବା ଏକ ବୈଠକରେ ଯୋଗ ମଧ୍ୟ ଦେଇନଥିଲେ । ହେଲେ ନିକଟରେ ସେ ଦେଇଥିବା ଏକ ବୟାନରେ ଟିମଏସିରେ ପୁଣିଥରେ ଯୋଗଦେବା କଥାକୁ ଅସ୍ୱୀକାର କରିଥିଲେ ଏବଂ ନିଜକୁ ବିଜେପିର ଏକ ଦୃଢ଼ ନେତା ଭାବରେ ଦର୍ଶାଇଥିଲେ । ସୂଚନାଯୋଗ୍ୟ, ବିଜେପିରେ ରାଷ୍ଟ୍ରୀୟ ଉପସଭାପତି ଭାବେ ସାମିଲ ହେବା ପୂର୍ବରୁ ମୁକୁଲ ରୟ ଟିଏମସିରେ ମହାସଚିବ ଥିଲେ । ସେ ୨୦୧୭ ରେ ବିଜେପିରେ ସାମିଲ ହୋଇଥିଲେ । ବର୍ତ୍ତମାନ ସେ ବିଜେପିର ରାଜ୍ୟ ସଭା ସଦସ୍ୟ ଭାବରେ କାର୍ଯ୍ୟରତ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×