Quantum Mirror

ଅକ୍ଷୟ କୁମାର ‘ବେଲ ବଟମ୍’ର ରିଲିଜ୍ ଡେଟ୍‌ କଲେ ଘୋଷଣା, ପ୍ରେକ୍ଷାଳୟରେ ଦେଖିପାରିବେ ଫିଲ୍ମ

ଅକ୍ଷୟ କୁମାର ‘ବେଲ ବଟମ୍’ର ରିଲିଜ୍ ଡେଟ୍‌ କଲେ ଘୋଷଣା, ପ୍ରେକ୍ଷାଳୟରେ ଦେଖିପାରିବେ ଫିଲ୍ମ

ମୁମ୍ବାଇ ୧୫: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମବେଲ ବଟମକୁ ଚର୍ଚ୍ଚାରେ ଅଛନ୍ତି ପ୍ରଶଂସକମାନେ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ତେବେ ନିର୍ମାତାମାନେ ବେଲ୍ ବଟମ୍ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏହି ଫିଲ୍ମ ଜୁଲାଇ ୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛିଜ୍ୟାକି ଭଗନାନି ଏବଂ ଅକ୍ଷୟ କୁମାର ଏହି ସୂଚନା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଜ୍ୟାକି ଭଗନାନି ଫିଲ୍ମର ମୋସନ ପୋଷ୍ଟର ସେୟାର କରି ଲେଖିଛନ୍ତି, ଅପେକ୍ଷାର ଅନ୍ତ ଘଟିଛି ! ଜୁଲାଇ ୨୭ରେ ବେଲବଟମ୍ ପ୍ରେକ୍ଷାଳୟକୁ ଆସୁଛି। ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ମହାମାରୀର ଦ୍ୱିତୀୟ ଲହର ହେତୁ ପ୍ରେକ୍ଷାଳୟରେ ତାଲା ପଡିଥିଲା, ଯେଉଁ କାରଣରୁ ଏହାର ରିଲିଜ୍ ତାରିଖ ଅଟକି ରହିଥିଲା ଫିଲ୍ମର ରିଲିଜ୍ ତାରିଖ ସହିତ ନିର୍ମାତାମାନେ ଏହାକୁ ବିଶ୍ୱବ୍ୟାପୀ ସିନେମାରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚଳଚ୍ଚିତ୍ରଟି ଭାସୁ ଭଗନାନିଙ୍କ ଦ୍ୱାରା ନିର୍ମିତ ବେଲବଟମ୍ ହେଉଛି ଏକ ପିରିୟଡ୍ ସ୍ପାଇ ଥ୍ରୀଲର୍ ଚଳଚ୍ଚିତ୍ର ଏବଂ ଏହାର କାହାଣୀ ୮୦ ଦଶକ ଉପରେ ଆଧାରିତ। ଏହି ଫିଲ୍ମରେ ଅକ୍ଷୟ କୁମାର ଏଜେଣ୍ଟ ଭୂମିକାରେ ନଜର ଆସିବେ। ଏହି ଅକ୍ଷୟ କୁମାରଙ୍କ ଅଭିନୀତ ଭାନି କପୁର, ଲାରା ଦତ୍ତା ଏବଂ ହୁମା କୁରେଶି ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×