କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ହୋଇଛି ପ୍ରଥମ ମୃତ୍ୟୁ
କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ହୋଇଛି ପ୍ରଥମ ମୃତ୍ୟୁ
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଙ୍କଟ ଜାରି ରହିଛି । ଇତି ମଧ୍ୟରେ ଅନେକ ଲୋକଙ୍କ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ସଂକ୍ରମଣ ଉପରେ କାବୁ ପାଇବାକୁ ଯାଇ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଉଛି । ତେବେ ଦେଶରେ କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ପ୍ରଥମ ମୃତ୍ୟୁ ଖବର ସାମନାକୁ ଆସିଛି । ଏନେଇ ୩୧ଟି କେସ୍ କୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ୬୮ ବର୍ଷ ହୋଇଥିବା ବେଳେ ଟିକା ନେବା ପରେ ହୋଇଥିବା ପାଶ୍ୱର୍ ପ୍ରତିକ୍ରିୟାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ଏହା ସତ୍ତେ୍ୱ ଟିକାର ଉପାଦେୟ ବେଶ୍ ଫଳପ୍ରଦ ରହିଛି ବୋଲି କହିଛନ୍ତି ଏଇଏଫଆଇ । ତେବେ ମୃତ୍ୟୁୁ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ଜଣଙ୍କର ଟିକାର ଦୁଇଟି ଡୋଜ୍ ନେବା ପରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି । ଏନେଇ ଏଇଏଫଆଇ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି । ୬୮ ବର୍ଷିୟ ବୃଦ୍ଧଙ୍କ ଟିକା ନେବା ପରେ ଏନଫିଲୋକ୍ସିନ୍ ଦ୍ୱାରା ମୃତ୍ୟୁ ହୋଇଛି । ଏହା ଏକ ପ୍ରକାର ଆଲର୍ଜି ରିଆକ୍ସନ୍ ହୋଇଥାଏ । ତେବେ ସେ ମାର୍ଚ୍ଚ ୮ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ ।