Quantum Mirror

ମହାକାଶଯାତ୍ରାରେ ବାହାରିଲେ ଚୀନ୍‌ର ୩ ଜଣ ଆଷ୍ଟ୍ରୋନଟ୍, ସ୍ପେସ୍ ଷ୍ଟେସନ୍ ନିର୍ମାଣ ଶେଷ କରି ଫେରିବେ

ମହାକାଶଯାତ୍ରାରେ ବାହାରିଲେ ଚୀନ୍‌ର ୩ ଜଣ ଆଷ୍ଟ୍ରୋନଟ୍, ସ୍ପେସ୍ ଷ୍ଟେସନ୍ ନିର୍ମାଣ ଶେଷ କରି ଫେରିବେ

ବେଜିଂ,୧୭: ଚୀନ୍ ନିଜର ତିନିଜଣ ମହାକାଶଚାରୀ (ଆଷ୍ଟ୍ରୋନଟ)ଙ୍କୁ ନୂତନ ସ୍ପେସ୍ ଷ୍ଟେସନ୍(ମହାକାଶ)କୁ ପଠାଇଛି ମିଳିଥିବା ସୂଚନା ଅନୁସାରେ, ଚୀନ ଗୁରୁବାର ଲଙ୍ଗ ମାର୍ଚ୍ଚ – -2F Y12 ରକେଟ୍, ଶେନଝୋଉ୧୨ ମହାକାଶ ଯାନକୁ ଉତ୍ତର ପଶ୍ଚିମ ଚୀନର ଗୋବି ମରୁଭୂମିରୁ ଜିଉକଓ୍ବାନ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଲଞ୍ଚ କରିଛି ଯାହାର ସିଧା ପ୍ରସାରଣ ସେଠାର ସରକାରଙ୍କ ଦ୍ବାରା ପରିଚାଳିତ ସିଜିଟିଏନ୍ ଟିଭିରେ କରାଯାଇଛି କୁହାଯାଉଛି ଯେ, ଏହି ତିନିଜଣ ଆଷ୍ଟ୍ରୋନଟ୍ ସ୍ପେସ୍ଷ୍ଟେସନରେ ମାସ ବା ୯୦  ପର୍ଯ୍ୟନ୍ତ ରହିବେ ଚୀନ୍ ସ୍ପେସ୍ ଏଜେନ୍ସିର ନିର୍ମାଣ କାର୍ଯ୍ୟ ଶେ​‌ କରିବେ। ଲଞ୍ଚିଂ କିଛି ମିନି ଭିତରେ ମିଶନ୍ କନଟ୍ରୋଲର ସୂଚନା ଦିଆଯାଇ କୁହାଯାଇଛି ଯେ, ଲଞ୍ଚିଂ ସମ୍ପୂର୍ଣ୍ଣ ଭାବରେ ସଫଳ ରହିଛି। CMSA   ସୂଚନା ଅନୁସାରେ, ଏହା ମହାକାଶରେ ଚୀନର ସପ୍ତମ ମାନବଯୁକ୍ତ ମିଶନ୍ ଚୀନ୍ ସ୍ପେସ୍ ଷ୍ଟେସନର ନିର୍ମାଣ ବେଳେ ପ୍ରଥମ ମିଶନ୍ ଅଟେ। ଏହା ୨୦୧୬ରେ ଦେଶର ଶେଷ ମାନବଯୁକ୍ତ ମିଶନ୍ ପରେ ପ୍ରାୟ ବର୍ଷରେ ପ୍ରଥମ ମିଶନ୍ ମଧ୍ୟ ଅଟେ। ସୂଚନା ଅନୁଯାୟୀ, ଆସନ୍ତା ମାସ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ୧୦୦ ତମ ବର୍ଷ ପୂର୍ତ୍ତି ଉତ୍ସବକୁ ଦୃଷ୍ଟିରେ ରଖି ଏହି ମିଶନ ଆରମ୍ଭ ହୋଇଛି। ମହାକାଶରେ ପହଂଚିଥିବା ତିନି  ମହାକାଶଚାରୀ  ତିନିମାସ ପର୍ଯ୍ୟନ୍ତ ସେଠାରେ ରହିବେ। ଆସନ୍ତା ବର୍ଷ ସୁଦ୍ଧା ଚୀନ୍ ସ୍ପେସ୍ ଷ୍ଟେସନ୍ ପ୍ରସ୍ତୁତ ହୋଇଯିବ ବୋଲି ବିଶ୍ୱାସ କରାଯାଉଛି

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×