ଭୁବନେଶ୍ୱର: ନ୍ୟାସନାଲ କାଉନସିଲ୍ ଫର ଟିଚର ଏଜୁକେସନ୍ କୁ ଚିଠି ଲେଖିଲେ ଓଡ଼ିଶା ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ୧୫ଟି ବିଏଡ୍ କଲେଜ୍ରେ ନାମ ଲେଖା ଲାଗି ଅନୁମତି ଦେବାକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର । ଏନସିଟିଇ ଅଧ୍ୟକ୍ଷଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଓଡି଼ଶା ଜନସେବା ଆୟୋଗ ଦ୍ୱାରା ନିୟମିତ ନିଯୁକ୍ତି ନେହବା ଯାଏଁ ଏହି ସମସ୍ତ ଟିଇଆଇରେ ଆବଶ୍ୟକୀୟ ଯୋଗ୍ୟତା ଥିବା ବହୁ ସଂଖ୍ୟାରେ ଅତିଥି ଅଧ୍ୟାପିକାଙ୍କୁ ନିୟୋଜିତ କରାଯାଉ । ଏଥିପାଇଁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି । ୧୫ଟି ଟିଆଇ , ଯାହାର ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ସହ ସାଧାରଣ ପାଠ୍ୟକ୍ରମ ଚଳାଇବାକୁ ଅନୁମତି ଦିଆଯାଇପାରେ ବୋଲି ଚିଠିରେ ଦର୍ଶାଯାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅବଶ୍ୟକତା ଠାରୁ କମ୍ ସଂଖ୍ୟକ ଅଧ୍ୟାପକ ରହିବା କାରଣରୁ ଏକାଡେମିକ୍ ଅଧିବେଶନରେ ୧୫ଟି ଟିଆଇର ସ୍ୱୀକୃତି ପ୍ରତ୍ୟାହାର କରାଯାଇଥିଲା । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଥିରେ ପ୍ରାଥମିକ , ମାଧ୍ୟମିକ ଏବଂ ଉଚ୍ଚମାଧ୍ୟମିକ ପର୍ଯ୍ୟାୟ ପାଇଁ ତାଲିମ୍ପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତାରୁ ଦୃଷ୍ଟିରେ ରଖି କେବଳ ସରକାରୀ ଟିଆଇ ରହିଛି । ତେବେ ଏହି ସରକାରୀ ଟିଆଇ ମାନ୍ୟତା ପ୍ରତ୍ୟାହାର ହେତୁ ତାଲିମ୍ପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ ରାଜ୍ୟର ଚାହିଦା ପୂରଣ କରିବା ଅସମ୍ଭବ ହୋଇପଡୁଛି ବୋଲି ଚିଠିରେ କୁହାଯାଇଛି ।
ତାଜା ଖବର
ଗିରଫ ହେଲେ କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରାଟିଏମସି ନେତାଙ୍କୁ ଗୁଳିମାଡ‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |