Quantum Mirror

ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି

ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏସଓପି

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସମ୍ଭାବ୍ୟ ତୃତୀୟ ଲହର ପାଇଁ ଚିନ୍ତା ବଢିଛି । ଏହାର ମୁକାବିଲା ପାଇଁ ଟିକାକରଣରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ ଲକ୍ଷ ଟିକାକରଣ କରାଯିବ । ଏନେଇ ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।ଅନ୍ୟପଟେ ତୃତୀୟ ଲହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପଠେଇ ଦିଆଯାଇଛି । ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି । ଶିଶୁଙ୍କ ପାଇଁ ୨୩୯୦ଟି ବେଡ୍ ଓ ୬୧୦ଟି ଆଇସିୟୁ ପ୍ରସ୍ତୁତ ରଖାଯାଇଛି । ଅକ୍ସିଜେନ ଓ ମେଡିସିନ ମଧ୍ୟ ମହଜୁଦ ରଖାଯାଇଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଟ୍ରେନିଂ କାମ ସରିଛି । ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନଙ୍କ ଉପରେ ଅଧିକ ବିପଦ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×