ଆଜି ବାଜିବ ୨୦୨୪ ନିର୍ବାଚନ ବିଗୁଲ୍। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ? କେତେଟି ପର୍ଯ୍ୟାୟରେ ଏଥର ହେବ ମତଦାନ ?ଭୋଟ୍ ସରିବାର କେତେ ଦିନ ପରେ କାଉଣ୍ଟିଂ ? ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏସବୁର ସ୍ପଷ୍ଟ ଉତ୍ତର ମିଳିଯିବ ଶନିବାର ଅପରାହ୍ନ ୩ଟାରେ। ତେବେ ଗତଥର ଭଳି ଏଥର ବି ସବୁ ଲୋକସଭା ଆସନ ସହ ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ଓ ସିକିମ୍ ଆସେମ୍ଲି ପାଇଁ ଏକାସାଙ୍ଗେ ଇଲେକ୍ସନ ହେବ ନା ଜାମ୍ମୁ ଓ କାଶ୍ମୀର ବି ମିଶିବ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଓଡ଼ିଶାରେ ଲୋକସଭା ସହ ଏକାସାଙ୍ଗେ ହେବ ବିଧାନସଭା ନିର୍ବାଚନ। ତେଣୁ ଏଥର କେତେ ପର୍ଯ୍ୟାୟରେ ହେବ ଭୋଟ୍ ତାକୁ ନେଇ ବି ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଯେହେତୁ ଗତଥର ୪ଟି ପର୍ଯ୍ୟାୟ ଯଥାକ୍ରମେ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ମତଦାନ ହୋଇଥିଲା। ତେଣୁ ଏଥର ସେତିକି ପର୍ଯ୍ୟାୟ ନା ସମାନ ତାରିଖ ରହିବ ? ତାକୁ ନେଇ ବି ଉଠିଛି ପ୍ରଶ୍ନ। ତଥ୍ୟ କହୁଛି ୨୦୧୯ ସାଧାରଣ ନିର୍ବାଚନବେଳେ ଓଡ଼ିଶାରେ ୩ କୋଟି ୨୨ଲକ୍ଷ ଭୋଟର ଥିବାବେଳେ ୨୦୨୪ରେ ଏ ସଂଖ୍ୟା ପହଞ୍ଚିଛି ୩କୋଟି ୩୨ ଲକ୍ଷରେ। ଯାହାଙ୍କ ମଧ୍ୟରୁ ଯାହାଙ୍କ ମଧ୍ୟରୁ ପୁରୁଷ ଭୋଟର ୧ କୋଟି ୬୮ଲକ୍ଷ, ମହିଳା ୧ କୋଟି ୬୪ ଲକ୍ଷ ଓ ତୃତୀୟ ଲିଙ୍ଗିଙ୍କ ସଂଖ୍ୟା ୩ ହଜାର ୩୮୦। ସେହିପରି ନୂଆ କରି ଭୋଟର ତାଲିକାକୁ ଉଠିଛନ୍ତି ୭ଲକ୍ଷ ୫୪ ହଜାର ମତଦାତା। ଆଜି ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ହେବ। ଏଣେ ମେଣ୍ଟ ଦ୍ୱନ୍ଦ୍ୱ ତୁଟୁନି, କି ଟିକେଟ୍ ଫାଇନାଲ୍ ହୋଇନି। ଅଥଚ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଭୋଟ୍ ପାଇଁ ପୁରା ପ୍ରସ୍ତୁତ ଥିବା କହିଲେଣି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ।
ତାଜା ଖବର
‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |ଜାଣନ୍ତୁ ବାତ୍ୟା ‘ଦାନା’କେଉଁଠି କରିବ ଲ୍ୟାଣ୍ଡଫଲ୍ଆଜି ପବିତ୍ର ଜନ୍ମାଷ୍ଟମୀଆଜି ଦେଶବ୍ୟାପୀ ଡାକ୍ତର ଧର୍ମଘଟ