Quantum Mirror

ଭୁବନେଶ୍ୱରରେ ଏସ୍.ଜୟଶଙ୍କର

ଡ଼ିଶାରେ ଏସ୍.ଜୟଶଙ୍କର। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଜୟଶଙ୍କର। ତାଙ୍କର ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଯେପରିକି ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ । ସବୁଠି ନିର୍ବାଚନୀ ତାତି। ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ହାଇଭୋଲଟେଜ୍‌ ପ୍ରଚାର ଏବେ ଆରମ୍ଭ ହୋଇଗଲାଣି। ବିପକ୍ଷଙ୍କୁ ଟାର୍ଗେଟ୍‌ କରିବେ ଦଳର ନେତା। ଏହାରି ଭିତରେ ତିନି ଦଳର ଷ୍ଟାର ପ୍ରଚାରକ ନିଜ ନିଜ ଦଳର ପ୍ରଚାର ପାଇଁ ଆରମ୍ଭ କରିସାରିଛନ୍ତି ପ୍ରସ୍ତୁତି। ଭୋଟରଙ୍କ ମନ ଜିଣିବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି। ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏସ୍‌.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×