Quantum Mirror

ବସ ଉପରେ ଆତଙ୍କବାଦୀ ଆକ୍ରମଣ

ମ୍ମୁ କାଶ୍ମୀରରେ ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୧୦ ଯାତ୍ରୀଙ୍କ ମୃତ୍ଯୁ ହୋଇଛି । ୩୩ ଜଣ ଗୁରୁତର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଗତ କିଛି ବର୍ଷ ପୂର୍ବେ ଅମରନାଥ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ଘଟଣାର ପୁନରାବୃତ୍ତି ହୋଇଛି । ଲସ୍କରର ସହଯୋଗୀ ସଙ୍ଗଠନ ଏତେ ବଡ ଆକ୍ରମଣ କରିଥିବା ଜଣାପଡିଛି । ୩ ରୁ ୪ ଜଣ ଆକ୍ରମଣକାରୀ କିଛି ଦିନ ପୂର୍ବରୁ ପାକିସ୍ତାନ ସୀମାପଟୁ ଭାରତରେ ପ୍ରବେଶ କରିଥିଲେ । ଶିବ ଖେଡି ମନ୍ଦିରରୁ କଟାରାର ବୈଷ୍ଣୋ ଦେବୀ ମନ୍ଦିର ଯାଉଥିବା ପର୍ଯ୍ୟଟକ ବସ ଉପରେ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିମାଡ କରିଥିଲେ । ଡ୍ରାଇଭରକୁ ଗୁଳି ବାଜିବାରୁ ବସଟି ଖାଇ ଭିତରକୁ ଖସି ପଡିଥିଲା । ବସରେ ୪୫ରୁ ଅଧିକ ଯାତ୍ରୀ ଥିବା ସୂଚନା ରହିଛି । ଘଟଣା ସ୍ଥଳରେ ସେନା ଏବଂ ପୋଲିସ ପକ୍ଷରୁ ଉଦ୍ଧାରକାର୍ଯ୍ୟ କରାଯାଇଛି । ସମସ୍ତ ଆହତଙ୍କୁ ନିକଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×