ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ । ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ । ମୃତକ ହେଉଛନ୍ତି କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ବାଳକ । MKCG ମେଡିକାଲରେ ଡିପଥେରିଆରେ ୪ ଜଣ ଚିକିତ୍ସିତ ହେଉଥିଲେ । ଏହାପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କ ଡିପଥେରିଆରେ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା ଜନସ୍ୱାସ୍ଥ୍ୟ ବିଭାଗ । MKCG ମେଡିକାଲରେ ଜଣେ ମୃତକଙ୍କୁ ମିଶାଇ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ଡିପଥେରିଆରେ ହେଲାଣି । ସେପଟେ ଡିପଥେରିଆ ସଂକ୍ରମଣ ପଛର ଚାଲିଛି କାରଣ ଖୋଜା । ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ସେନେଇ ପରୀକ୍ଷା ନିରୀକ୍ଷା ଚଳାଇଛି ସ୍ବାସ୍ଥ୍ୟ ବିଭାଗ । ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଆଣ୍ଟିବଡି ପରୀକ୍ଷା ପାଇଁ ରୋଗୀଙ୍କ ନମୂନା ପଠାଯାଇଥିବା ବେଳେ ଜିନମ୍ ସିକ୍ୱେନସିଂ ପାଇଁ ILS କିମ୍ବା ICMRକୁ ନମୁନା ପଠାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଏବେ ରାଜ୍ୟରେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଅଛି । ନୂଆ କେସ୍ ଆସିନି, ସେହି ୨୧ ଜଣ ହିଁ ସଂକ୍ରମିତ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରାୟଗଡା ହସ୍ପିଟାଲରେ ଆଉ କେହି ରୋଗୀନଥିବା ସେ ସୂଚନା ଦେଇଛନ୍ତି ।ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗତକାଲିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷେରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍, ବର୍ଷେରୁ ୭ ବର୍ଷ ପିଲାଙ୍କୁ ଡିପିଟି ଓ ୭ ବର୍ଷରୁ ଅଧିକ ବୟସ୍କଙ୍କୁ ଟିଡି ଟିକା ଦିଆଯିବ । ରାୟଗଡ଼ାରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ଡିପଥେରିଆ ।
ତାଜା ଖବର
‘ରାଜ୍ଯର ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’କାଳୀପୂଜାରେ ଅଘଟଣ : ଭୁବନେଶ୍ୱର ୧ନଂ ଅଣ୍ଡର ଗ୍ରାଉଣ୍ଡ ମାର୍କେଟ୍ରେ ଲାଗିଲା ନିଆଁ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ; ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ ।କଳାବଜାରୀ ନେଇ ଚାଲିଛି ଯାଞ୍ଚ : କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍ସାଇକ୍ଲୋନ୍ ପନିପରିବା ମୂଲ୍ୟ ବୃଦ୍ଧି କରିଛି |ଜାଣନ୍ତୁ ବାତ୍ୟା ‘ଦାନା’କେଉଁଠି କରିବ ଲ୍ୟାଣ୍ଡଫଲ୍ଆଜି ପବିତ୍ର ଜନ୍ମାଷ୍ଟମୀଆଜି ଦେଶବ୍ୟାପୀ ଡାକ୍ତର ଧର୍ମଘଟ