Quantum Mirror

ଆଜି କାରଗିଲ ବିଜୟ ଦିବସ

ଜି କାରଗିଲ ବିଜୟ ଦିବସ। ପାକିସ୍ତାନ ବିରୋଧରେ ଭାରତର ଐତିହାସିକ ବିଜୟ ଦିବସରେ ସାରା ଦେଶରେ ନିହତ ଯବାନଙ୍କ ଲାଗି ଶ୍ରଦ୍ଧାଞ୍ଜଳି ଦିଆଯାଏ। ପ୍ରତିବର୍ଷ ଜୁଲାଇ ୨୬ରେ ପାଳନ ହୋଇଥାଏ ଦିବସ। ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କାରଗିଲ ଯୁଦ୍ଧ ସ୍ମାରକୀରେ ଆୟୋଜିତ ହେଉଛି ସ୍ବତନ୍ତ୍ର ଉତ୍ସବ। ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଶତ୍ରୁ ପକ୍ଷରୁ ଉଚିତ ଜବାବ ଦେଇଥିଲେ ଭାରତୀୟ ଯବାନ। ଲଦାଖର କାରଗିଲ ଜିଲ୍ଲାରେ ପ୍ରବେଶ କରିଥିବା ପାକିସ୍ତାନୀ ଯବାନଙ୍କୁ ଜବାବ ଦେବା ସହ ସେମାନଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲେ ଯବାନ। ପ୍ରଥମେ ଏହି ଯୁଦ୍ଧରେ ପାକିସ୍ତାନର ଭୂମିକା ନାହିଁ ବୋଲି ପାକିସ୍ତାନ ସରକାର କହିବା ସହ ଏଥିରେ କାଶ୍ମୀର ଆତଙ୍କୀଙ୍କ ହାତ ଥିବା କହିଥିଲେ। ମାତ୍ର ପରେ ସତ ସାମନାକୁ ଆସିଥିଲା।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×