Quantum Mirror

ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ

ପୁଣି ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳ ଉତକ୍ଷେପଣ ହେଲା ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ଅପରାହ୍ଣରେ ଉତକ୍ଷେପଣ ହେଲା ପ୍ରୋବା-୩ ସ୍ପେସକ୍ରାଫ୍ଟ ପିଏସଏଲଭି-ସି୫୯ । ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ । ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି । ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ । ପ୍ରୋବା ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର ।

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×