ତେଲେଙ୍ଗାନା: କଟକଣାକୁ ଉଲଂଘନ କରିବାର ପରିଣତି ଏପରି ବି ହୋଇପାରେ ତାହା ଆପଣ ମାନେ ବୁଝିପାରିବେ । ଘଟଣାଟି ତେଲେଙ୍ଗାନାର ମଞ୍ଚେରିୟଲ୍ ଜିଲ୍ଲାରେ ଘଟିଛି । କରୋନା ସଂକ୍ରମଣ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ୍ ଲାଗୁ କରାଯାଇଛି । ହେଲେ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ୍ । ବେପରୁଆ ଭାବରେ ପୋଲିସ୍ କୁ ଚକମା ଦେଇ ଏଣେ ତେଣେ ବୁଲି ସଂକ୍ରମଣକୁ ବଢ଼ାଉଛନ୍ତି । ତେବେ ଏହି ସଂକ୍ରମଣ ମଧ୍ୟରେ ତେଲେଙ୍ଗାନାରେ ଏକ ସାଂଘାତିକ ସଡକ ଦୁର୍ଘଟଣାର ଚିତ୍ର ସାମନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ମାନେ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଉକ୍ତ ଜିଲ୍ଲାର ଏକ ଚେକ୍ ପୋଷ୍ଟରେ ପୋଲିସ୍ ଲକଡାଉନ୍ ଜାରି ରହିଥିବାରୁ ମୁତୟନ ହୋଇଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଗାଡି ଗୁଡିକୁ ଯାଞ୍ଚ କରିବା ନିମେନ୍ତ ସେଠାରେ ରାସ୍ତା ବନ୍ଦ କରିବା ଲାଗି ପଡିଥିବା ଗେଟ୍ ପଡିଥିବା ଦେଖିବାକୁ ମିଳିଛି । ହେଲେ କିଛି ସମୟ ପରେ ଗୋଟିଏ ବାଇକ୍ ରେ ଦୁଇ ଜଣ ଯୁବକ ପୋଲିସ୍ କୁ ଦେଖି ଗାଡିର ସ୍ପିଟ୍ ବଢ଼ାଇଦେଉଛନ୍ତି । ଆଉ ପୋଲିସ୍ ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଗାଡିକୁ ନ ରଖି ଗେଟ୍ କୁ କ୍ରସ୍ କରି ଯିବାକୁ ଚେଷ୍ଟା କରୁଛନ୍ତି ଆଉ ସେହି ସମୟରେ ଗାଡି ଚଲାଉଥିବା ଯୁବକ ଜଣକ ନିଜ ସୁରକ୍ଷା ପାଇଁ ସତର୍କ ହୋଇଯାଇଛନ୍ତି । ହେଲେ ପଛରେ ବସିଥିବା ବ୍ୟକ୍ତିଜଣକ ନିଜ ସୁରକ୍ଷା ନ କରିପାରି ଗେଟ୍ ରେ ପିଟି ହୋଇଯାଉଛନ୍ତି ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଉଛି ।
ତାଜା ଖବର
ଭୁବନେଶ୍ଵର ଏୟାରପୋର୍ଟରୁ ୪ କୋଟିର ନିଶା ଦ୍ରବ୍ୟ ଜବତଆଜି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତିମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋଆଉ ୨ ଜଣ ଶିଶୁ HMPV ପଜିଟିଭ୍ ଚିହ୍ନଟ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତିମହାକାଶରେ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ କରିବ ଇସ୍ରୋ ।ମନମୋହନ ସିଂହଙ୍କ ପରଲୋକସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତଶୀତରେ ଥରୁଛି ସାରା ଓଡ଼ିଶାବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ।