Quantum Mirror

ବାତ୍ୟା ୟାସ ଟଳିବା ପରେ ପୁଣି ରଥଖଳା ଚଳଚଞ୍ଚଳ

ବାତ୍ୟା ୟାସ ଟଳିବା ପରେ ପୁଣି ରଥଖଳା ଚଳଚଞ୍ଚଳ

ବାତ୍ୟା ୟାସର ବିପଦ ଟଳିଯିବା ପରେ ରଥ ନିର୍ମାଣରେ ନିୟୋଜିତ ସେବକମାନେ ଗତକାଲି ଅପରାହ୍ନରୁ ପୁଣି ରଥ ନିର୍ମାଣ କାମରେ ଯୋଗ ଦେଇଛନ୍ତି । ବାତ୍ୟା ୟାସ ଆସୁଥିବାରୁ ଗତ ଦୁଇଦିନ କାମ ବନ୍ଦ ରହିଥିଲା । ସେହିପରି ରଥଖଳା ଚାଳିରୁ ଚାଂଚସବୁ ଖୋଲି ଦିଆଯାଇଥିଲା । କିନ୍ତୁ ବିପଦ ଟଳିଯିବା ପରେ ପୁରୀ ବଡଦାଣ୍ଡ ରଥଖଳାରେ ତୁମ୍ବ ବିନ୍ଧା ସହ ଗୁଜ କାମକୁ ଆଗେଇ ନେଉଛନ୍ତି । ସେହିପରି ରଥଖଳା ଚାଳିକୁ ପୂର୍ବଭଳି ପ୍ରସ୍ତୁତ କରି ଆବଶ୍ୟକ କଟକଣା ଲାଗୁ କରାଯାଇଛି । ଗତକାଲି ଅପରାହ୍ନ ସୁଦ୍ଧା ୩ ରଥର ୪୨ ତୁମ୍ବ, ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୪ଟି ତୁମ୍ବ କାମ ସରିଥିଲା । ସେହିପରି ରୂପକାର ସେବକମାନେ ମଧ୍ୟ କୋଣଗୁଜ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି । 1

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×