Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇପାରନ୍ତି । ପୂର୍ବ ଯୋଜନା ଅନୁଯାୟୀ କର୍ମ କରନ୍ତୁ ଅବଶ୍ୟ କେତେକାଂଶରେ ସଫଳତା ପାଇବେ ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବେ । ନିକଟସ୍ଥ ପାଖ ପଡୋଶୀମାନେ ସହାୟତା ଆଶା କରିପାରନ୍ତି ।

ମିଥୁନ:  ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ । ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ।

କର୍କଟ: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର କଷ୍ଟ ସ୍ୱୀକାର କରିବାକୁ ପଡିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ ।

ସିଂହ: ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।

କନ୍ୟା: ପାରିବାରିକ ଅଶାନ୍ତି କାରଣରୁ ଚିନ୍ତାରେ ମାନସିକ ସ୍ଥିରତା ରହିବ ନାହିଁ । ଆଜିର ଯାତ୍ରାରେ ଲକ୍ଷ୍ୟସ୍ଥଳରେ କିଛିଟା ହଇରାଣ ହରକତ ହେବାକୁ ପଡିପାରେ ।

ତୁଳା: କେତେକ ଦୀର୍ଘ ମିଆଦି ଯୋଜନା ଫସର ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ । ବ୍ୟବସାୟରେ ଓ ପରିବହନରେ ସମସ୍ୟା ସମାଧାନ ହେବ ।

ବିଛା: ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରି ଆଶା ପୁରଣ ଦିଗରେ ଚେଷ୍ଟା କରିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନଚେତ୍ ପରେ ଚିନ୍ତା କରିବାକୁ ପଡିବ ।

ଧନୁ: କର୍ମକ୍ଷେତ୍ରରେ ମାତ୍ରାଧିକ ଭ୍ରମଣ ଓ କାମର ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ । ଆକସ୍ମିକ ଭାବରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ ।

ମକର: ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବା ସକାଶେ ବାଧ୍ୟ ହୋଇପାରନ୍ତି । ଅଫିସ୍ କାମର ଜଞ୍ଜାଳ ବୃଦ୍ଧି ପାଇପାରେ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ ।

କୁମ୍ଭ: ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିବ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।

ମୀନ: ଆଜି ଯେ କୌଣସି ପ୍ରକାରେ ସମସ୍ତ କାମ ଶେଷ କରିବାକୁ ବାଧ୍ୟ ହେବେ । ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ନ ହୋଇପାରେ । ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×