Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହୋଇପାରେ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢିପାରିବେ ନାହିଁ ।

ବୃଷ:  ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ବ୍ୟବସାୟ, ସଂଗଠନ, ପ୍ରଶାସନ, ଗଣ ଯୋଗାଯୋଗ ପାଇଁ ଦିନଟି ଖରାପ । ଉଚ୍ଚପଦାଧିକାରୀଙ୍କ ସାମୟିକ କ୍ରୋଧରୁ କିଛିଟା ହାଇରାଣ ହୋଇପାରନ୍ତି ।

ମିଥୁନ:  ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଅକ୍ଷୁଣ୍ଣ ରହିବ । କୌଣସି ଅଜଣା ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ନିକଟ ସମ୍ପର୍କୀୟମାନଙ୍କ  ସହ ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି ।

କର୍କଟ:   ଆଜି ଆପଣ ପ୍ରତିବନ୍ଧକ ମଧ୍ୟରେ ପରିସ୍ଥିତି ସହ ଲଢେଇ କରି କାମ ହାସଲ କରିପାରିବେ । ଗତକାଲି ଠାରୁ ଆଜି ଯାହା କରିବା ପାଇଁ ଚିନ୍ତା କରିଥିଲେ ସେଥିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ସିଂହ:  ସହକର୍ମୀଙ୍କ ସହାୟତାରେ ସାମାଜିକ କ୍ଷେତ୍ରରେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଅଫିସ୍ ରେ କାମର ଚାପ ପ୍ରଭାବରୁ ଟେନସନ୍ କିଛି ମାତ୍ରାରେ ଲାଗି ରହିବ ।

କନ୍ୟା:   ଆଜି ଆକସ୍ମିକ ସ୍ୱାସ୍ଥ୍ୟହାନି ସାଙ୍ଗକୁ ବିଭିନ୍ନ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ବିଷମ ପରିସ୍ଥିତିରେ ବନ୍ଧୁଙ୍କ ଠାରୁ ସହ-ଯୋଗର ଆଶା ନିରର୍ଥକ ହୋଇପାରେ ।

ତୁଳା:  ବାକଅଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହେବାରେ ବନ୍ଧୁ ସାହାର୍ଯ୍ୟ କରିବେ ।

ବିଛା:  ବନ୍ଧୁଙ୍କ ସହ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟାଜନିତ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବ । ତଥାପି ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ପୂର୍ବ ବନ୍ଧୁ କିଛି ଖବର ନେଇ ଆସିବେ ।

ଧନୁ:   ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି କାମ କଲେ କୌଣସି ଅସୁବିଧା ହେବ ନାହିଁ । ଅବଶ୍ୟ କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାର୍ଯ୍ୟ ସହଯୋଗର ଅଭାବ  ରହିବ ନାହିଁ ।

ମକର:   ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ଗୁଣଗାନ୍ କରିବା ବଦଳରେ ନିନ୍ଧା କରିବେ । ଘରୋଇ କଥାରେ ଅଯଥା ମୁଣ୍ଡ ପୂରାନ୍ତୁ ନାହିଁ ।

କୁମ୍ଭ:  ଅଯଥା ଭୟ, ଆଶଙ୍କା ଓ ଉଦ୍‌ବେଗ ମଧ୍ୟରେ ଦିନଟିକୁ କଟାଇବେ । ଯାହାଙ୍କ ଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ ମନ ଭଲ ରହିବ ନାହିଁ ।

ମୀନ:  ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରିବେ । ଯେଉଁ କାମଟିକୁ ଆଜି ଯାଏ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×