Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ: କୌଣସି ବନ୍ଧୁ ରାଗ ଶୁଝାଇବାକୁ ଯାଇ କଅଁଳ ଭାଷାରେ କଥା କହି ଠିକଣା ସମୟରେ ପ୍ରତିଶୋଧ ନେବେ । ସ୍ତ୍ରୀ କିମ୍ବା ସ୍ୱାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ ।

ବୃଷ:  ଯାତ୍ରା କାଳରେ ଅଜଣା ଅଶୁଣା ଲୋକମାନଙ୍କୁ ମନେଇବାରେ ସଫଳ ହେବେ, ଯାହା କି ଆଗାମି ସମୟ ପାଇଁ କାମରେ ଆସିବ । ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ।

ମିଥୁନ:  ଆଜିର ଜୀବନଚର୍ଯ୍ୟା ମଧ୍ୟରେ ଅତୀତକୁ ଧରି ବସିଲେ ବର୍ତ୍ତମାନକୁ ହରାଇବାକୁ ପଡିବ । ତୀର୍ଥସ୍ଥଳରେ କିମ୍ବା ପ୍ରବାସରେ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ ।

କର୍କଟ:   ସାମୟିକ ଭୁଲ୍ ବୁଝାମଣା କରନରୁ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ ।

ସିଂହ:  ଆଜି ହସଖୁସୀରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ଯାତ୍ରା ସମୟରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ ।

କନ୍ୟା:   ବ୍ୟୟାଧିପ ରାଶିରେ ଥିବାରୁ ପ୍ରତାରିତ ହୋଇ ଅଭିଳଷିତ ଜିନିଷ ପାଇବା କଷ୍ଟକର ହୋଇପାରେ । ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ ।

ତୁଳା:   ସହକର୍ମୀଙ୍କ ସହାୟତାରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । କିନ୍ତୁ ସାୟାହ୍ନେ ଶାରୀରିକ ପୀଡା ଯୋଗୁ ମନ ବିଚଳିତ ହୋଇପାରେ ।

ବିଛା:  ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବ ଏବଂ ଆଜି ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ପାଇପାରିବେ । ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ ।

ଧନୁ:   ଆକସ୍ମିକ ଭାବରେ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, ତଥାପି ଶେଷ ସମୟରେ ତାହା ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁ ବିଚଳିତ ହେବେ ।

ମକର:   ସତର୍କତା ଅଭାବରୁ ଚୋରି, ପକେଟମାର ଅଥବା ଅସାବଧାନତା କାରଣରୁ ଧନହାନିର ସୂଚନା ରହିଛି । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

କୁମ୍ଭ:   ଅର୍ଥନୈତିକ ପ୍ରଗତି ସହ ସାମାଜିକ ପ୍ରତିଷ୍ଠା ମନୋବଳ ବୃଦ୍ଧିରେ ସହାୟକ ହେବ । କିନ୍ତୁ ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି ହେବାରୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ ।

ମୀନ:  ଦିନସାରା ଦୃଢ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ । ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×