ମେଷ: ଆଦ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ ନ୍ଖକ୍ସ ନିଜ ଜିଦ୍ରେ ଅଟଳ, ଅଚଳ ରହିବା କାରଣରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ ।
ବୃଷ: ପୂର୍ବାଫାଲ୍ଗୁନୀର ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣି ଫୋଟକା ପରି ଅଳ୍ପ ସମୟ ଭିତରେ ମିଳାଇଯିବ ।
ମିଥୁନ: କୃତ୍ତିକା ନକ୍ଷତ୍ରର ବିଭିନ୍ନ ପ୍ରକାରର ସମସ୍ୟା ସଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିିତିକୁ କଳୁଷିତ କରିଦେବ । ସଭାସମିତିରେ ଯୁକ୍ତି ଯୁକ୍ତ କଥା କହି ପ୍ରଶଂସିତ ହେବେ ।
କର୍କଟ: ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାର୍ଯ୍ୟ ଓ ପାଇଁ ବହୁ ପ୍ରଶଂସା କରିବେ । ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ସହ ଯୁକ୍ତି ଯୁକ୍ତ ହେବ ।
ସିଂହ: ମୃଗଶିରା ନକ୍ଷତ୍ରର ଶାରୀରିକ ଅସୁସ୍ଥତା ସଙ୍ଗକୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ । ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ୱାର୍ଥ ସାଧନ ଦିଗରେ ଲଗାଇପାରନ୍ତି ।
କନ୍ୟା: ଧନିଷ୍ଠା ନକ୍ଷତ୍ର ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ । କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇବେ ।
ତୁଳା: ସ୍ୱାତୀ ନକ୍ଷତ୍ର ପାଇଁ ଆତ୍ମୀୟମାନଙ୍କ ସହ-ଯୋଗରୁ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ । ଜମିଜମା ସମସ୍ୟା, ସମାଧାନ ଦିଗକୁ ମୁହାଁଇପାରେ ।
ବିଛା: ଉତ୍ତରାଭାଦ୍ରବ ନକ୍ଷତ୍ରର ଅଫିସରେ ସାଧାରଣ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହୋଇପାରନ୍ତି ।
ଧନୁ: ପୂର୍ବାଷାଢା ନକ୍ଷତ୍ର ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକ ସାମ୍ନା କରିପାରନ୍ତି । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍ ବୁଝାମଣା ହେତୁ ମନାନ୍ତର ସୃଷ୍ଟି ହୋଇପାରେ ।
କୁମ୍ଭ: ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାର୍ଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । କାର୍ଯ୍ୟ ଦକ୍ଷତା ଓ କଥନଶୈଖୀରୁ ପ୍ରଶଂସିତ ହେବେ ।
ମୀନ: ଅନୁରାଧାର ମାନସିକ ଅସ୍ଥିରତା କାରଣରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍ ଓଲଟା ହୋଇଯିବ । ଗୃହ କଳି ସମାଧାନ ହୋଇଯିବ ।