Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ – ଆଜି କର୍ମସ୍ଥ ମଙ୍ଗଳ ପାପଗ୍ରହ ଦୃଷ୍ଟିରୁ ଘରୋଇ କାମ ସଙ୍ଗକୁ ଅଫିସ୍ କାମର ଜଞ୍ଜାଳ ବଢିଯିବ, ଫଳରେ ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ ।

ବୃଷ – ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରି ମନକୁ ଅଶାନ୍ତ କରିପାରେ । ଘରେ ଅସାବଧାନତାବଶତଃ କୌନସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟର ଆଶଙ୍କା ରହିଛି ।

ମିଥୁନ – ଆଜି ପାରିବାରିକ ଅସ୍ଥିରତା ଓ ଅଶାନ୍ତି ହତୁ ମଧ୍ୟ ମନ ବିଶେଷ ଭଲ ରହିବ ନାହିଁ । ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ ।

କର୍କଟ – ଆପଣଙ୍କ ଅସ୍ୱାଭାବିକ ଚିନ୍ତାଧାରା ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ନିରୁତ୍ସାହିତ କରିବ । ଗୃହ, ଭୂମି, ଗାଡିମୋଟର, ବନ୍ଧୁସମ୍ପର୍କକୁ କେନ୍ଦ୍ର କରି କଳହର ସମ୍ଭାବନା ରହିଛି ।

ସିଂହ – କିଛି ସାହାର୍ଯ୍ୟ କରିବାକୁ କହିଥିବା ବ୍ୟକ୍ତିଟି ନାସ୍ତିସୂଚକ ବାଣୀ ଶୁଣାଇପାରେ । ନିକଟସ୍ଥ ବ୍ୟକ୍ତି ବିଶେଷ ମାନେ ପରୋକ୍ଷ ସମାଲୋଚନା କରିପାରନ୍ତି ।

କନ୍ୟା – କର୍ମକ୍ଷେତ୍ରରେ ଅନ୍ୟମାନଙ୍କର କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ତ ନିଶ୍ଚୟ ପାଇବେ ।

ତୁଳା – କର୍ମକ୍ଷେତ୍ରରୁ ଅଧିକାଂଶ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୭ୟ କରିବେ । ବିଶାଖା ନକ୍ଷତ୍ର କିନ୍ତୁ ମଧ୍ୟାହ୍ନରେ ଅଫିସ ଭିତରେ ମିତ୍ରତା ବନ୍ଧନରେ ଅବଦ୍ଧ ହେବେ ।

ବିଛା – କର୍ମକ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଉପକାର କରିଥିବା ବ୍ୟକ୍ତି ଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇ ପଡିବ ।

ଧନୁ – କର୍ମକ୍ଷେତ୍ରରେ ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ । ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।

ମକର – ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖର ବନ୍ଧୁଙ୍କ ସହ ବାକ୍ୟାଳାପ କରି ସମାଲୋଚିତ ହେବାକୁ ପଡିପାରେ । ମନରେ ବିଭିନ୍ନ ପ୍ରକାରର ଭାବନା ସୃଷ୍ଟି ହେବ ।

କୁମ୍ଭ – ପରିବାରରୁ ପୂର୍ଣ୍ଣ ସହ–ଯୋଗ ପାଇ କେତେକ କାମ ହାସଲ କରିବେ । କେତେକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ ।

ମୀନ – ସକାଳୁ ସକାଳୁ ସାଧାରଣ ସାଧାରଣ କଥାରେ ଯୁକ୍ତିତର୍କ ବୃଦ୍ଧି ପାଇ କଳହର ରୂପ ନେଇପାରେ । କାର୍ଯ୍ୟପଦ୍ଧତି ବଦଳାଇ ବନ୍ଧୁଙ୍କ ସଦ୍ ଭାବ ଓ ସହକର୍ମୀଙ୍କ ସହ ଯୋଗ ଲାଭ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More