Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି ।

ବୃଷ : ଆଜି ଯେମିତିବି ହେଉ ଆପଣ ଆଇନଗତ ସମସ୍ୟାରୁ ମୁକ୍ତି ପାଇଯିବେ । ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି । ଯଦି ସମ୍ଭବ ହୁଏ ଏହି ଗମ୍ଭୀର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚେ଼ଷ୍ଟା କରନ୍ତୁ ।

ମିଥୁନ:   ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

କର୍କଟ:  ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚରମ ସୀମାରେ ଉପନୀତ ହେବ ।

ସିଂହ:   ଆଜି ଆପଣ ନିଜ ଉପରେ କାର୍ଯ୍ୟ ବୋଧ ବଢ଼ି ଯାଇଛି ବୋଲି ଅନୁଭବ କରିବେ । ଏହି ଚିନ୍ତା ଘର ଏବଂ କାର୍ଯ୍ୟ ସହ ସମ୍ବନ୍ଧିତ ହୋଇଥାଇପାରେ । ଆଜି ଆପଣ ଶାନ୍ତ ରହି ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ ।

କନ୍ୟା:  ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଆପଣଙ୍କ ଘରେ ଆନନ୍ଦର ପରିବେଶ ରହିବ । ଯଦି ଆପଣ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ତଥାପି ସମୟ ବାହାରକରି ସେମାନଙ୍କ ସହ ଆନନ୍ଦିତ ହୁଅନ୍ତୁ ।

ତୁଳା:   ସପ୍ତାହରୁ ଚାଲି ଆସୁଥିବା ଯୁକ୍ତି ଏବଂ ଚିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚେ଼ଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।

ବିଛା:   ଆଜି ଆପଣ ନିଜ ଘରେ ସୁଖଶାନ୍ତିରେ ଆଶା କରି ପାରନ୍ତି । ଆଜି ଆପଣଙ୍କ ଘରେ ଅତିଥି ମାନଙ୍କର ବହୁତ ଭଲଭାବେ ଚର୍ଚ୍ଚାହେବ ଏବଂ ଆପଣ ସେମାନଙ୍କ ସହ ଭଲ ସମୟ ଅତିବାହିତ କରିବେ ।

ଧନୁ:   କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ସହ ସମସ୍ୟାର ସମାଧାନ କରିପାରିବେ ।

ମକର:  ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି ।

କୁମ୍ଭ:  ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

ମୀନ:  ଆଜି ଆତ୍ମନିର୍ଭରତାକୁ ମୂଳ ମନ୍ତ୍ର କରିଚାଲନ୍ତୁ । ଘର କଥା ହେଉ ଅଥବା ବନ୍ଧୁଙ୍କ ବିଷୟରେ ,ଏବିଷୟରେ ଆପଣ ନିଷ୍ପତ୍ତି ନେବା ଉଚିତ୍ ହେବ । ଏଥିପାଇଁ ଆପଣ ନିଷ୍ପତ୍ତି ନେବା ପାଇଁ ନିଜର ମନର କଥା ନିଶ୍ଚୟ ଶୁଣନ୍ତୁ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×