Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ। ଆଜି ଧନପ୍ରାପ୍ତିର ଯୋଗ ଅଛି।

ବୃଷ : ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିପାରନ୍ତି। ଚିନ୍ତାର କାରଣ ମାନସିକ ଭାର ରହିପାରେ, ଯାହାକି ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ହେବାର ପ୍ରସଙ୍ଗ ବନିପାରେ। ସଫଳତାର ପ୍ରାପ୍ତି କମ ହେବାରୁ ଆର୍ଥିକ ସଂକଟର ଚିନ୍ତା ରହିବ।

ମିଥୁନ : ଅବିବାହିତମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି। ଧନପ୍ରାପ୍ତି ପାଇଁ ଦିନ ଶୁଭ ଅଟେ। ମିତ୍ରମାନଙ୍କ ଅଚାନକ ସାକ୍ଷାତ ଆନନ୍ଦଦାୟୀ ରହିବ। ମିତ୍ରମାନଙ୍କଠାରୁ ଲାଭ ହେବ। ଆଜି ଆପଣଙ୍କୁ ଭଲ ଖାଦ୍ୟ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ସନ୍ତାନ ପକ୍ଷରୁ ଭଲ ସମାଚାର ମିଳିବ। ବ୍ୟାପାର କିମ୍ବା ଚାକିରିରେ ଲାଭ ହେବ। ଆୟରେ ବୃଦ୍ଧି ହେବ।

କର୍କଟ : ଆଜିର ଦିନ ଆପଣଙ୍କପାଇଁ ଭଲ ରହିବ। ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ। ଆପଣଙ୍କ ପ୍ରମୋଶନ ଯୋଗ ଅଛି। ଉଚ୍ଚ ଅଧିକାରୀମାନଙ୍କ ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ, ସରକାରୀ ଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ।

ସିଂହ : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବିଦେଶରେ ରହୁଥିବା ବନ୍ଧୁମାନଙ୍କର ଭଲ ସମାଚାର ମିଳିବ।

କନ୍ୟା : ଆଜିର ଦିନ କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଗ ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ଏବଂ ବିଶେଷକରିକି ବାହରର ଖାଦ୍ୟ-ପାନୀୟ ଗ୍ରହଣ ନକରିବାକୁ ଚେଷ୍ଟା କରିବେ। ଆଜି ଧନର ବ୍ୟୟ ଅଧିକ ହେବ। ଆଜି ରାଜ୍ୟ ତଥା ସରକାର ଏବଂ ବିରୋଧୀମାନଙ୍କ ଠାରୁ ଦୂରରେ ରୁହନ୍ତୁ ଏବଂ ବିବାଦରେ ପଡ଼ନ୍ତୁ ନାହିଁ।

ତୁଳା : ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ ବିତିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ। ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ଭଲ ଭୋଜନ ଏବଂ ବୈବାହିକ ସୁଖର ଅନୁଭୂତି ହେବ।

ବିଚ୍ଛା : ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ବିତାଇବେ। ଶାରୀରିକ ତଥା ମାନସିକ ପ୍ରସନ୍ନତା କାର୍ଯ୍ୟ କରିବାରେ ଉତ୍ସାହ ପ୍ରଦାନ କରିବ। ଅଫିସ୍ ରେ ସହକାରୀଙ୍କର ସହାୟତା ପାଇ ବହୁତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ।

ଧନୁ : ଆଜି କାର୍ଯ୍ୟ ସିଦ୍ଧି ବା ସଫଳତା ନ ମିଳିଲେ ହତାଶ ହୁଅନ୍ତୁ ନାହିଁ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସଂପତ୍ତି ସମ୍ବନ୍ଧିତ ବିବିଧ ପ୍ରଶ୍ନର ବିଷୟରେ ମନ ଚିନ୍ତାଗ୍ରସ୍ତ ରହିବ। ଆଜି କୌଣସି ଯାତ୍ରା କରନ୍ତୁ ନାହିଁ, ଅଧିକ ଧନ ବ୍ୟୟ ହୋଇପାରେ।

ମକର : ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟଗୁଡ଼ିକରେ ସକ୍ରିୟ ରହିବେ। ନୂଆ କାର୍ଯ୍ୟ ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ। ଲମ୍ବା ଯାତ୍ରା କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟବସାୟ ଏବଂ ଚାକିରି ସହକର୍ମିମାନଙ୍କ ତରଫରୁ ସହଯୋଗ କମ ମିଳିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସନ୍ତାନମାନଙ୍କ ବିଷୟରେ ଦ୍ୱନ୍ଦ୍ୱ ରହିବ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×