Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ:  ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।

ବୃଷ: ଆଜି ଆପଣ କୌଣସି ପ୍ରତିଯୋଗିତାର ମାନସିକତାରେ ଅଛନ୍ତି । ଜୀବନର କେତେକ କ୍ଷେତ୍ରରେ ଏହା ଠିକ୍‌, ମାତ୍ର ମନେରଖନ୍ତୁ ଯେ ଆପଣ ଯେମିତି ବେଶି ଉଗ୍ର ମନୋବୃତି ନଆଣନ୍ତି ବିଶେଷତଃ ନିଜ ପରିବାରକୁ ନେଇ ।

ମିଥୁନ:   ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର , ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ ।

କର୍କଟ: ଆଜି ଆପଣଙ୍କ ମାନସିକ ଶକ୍ତି ଏହାର ଚରମ ସୀମାରେ ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଆଗେଇ ନେବ ।

ସିଂହ:   ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ

କନ୍ୟା:  ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚେ଼ଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ ।

ତୁଳା:   ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ ।ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚିତ୍ ।

ବିଛା:  ଆଜି ଦିନରେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଅଧିକ ହେଇପାରେ । ପରିବାର ସଦଶ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶିଘ୍ର ଦୂର ହୋଇଯିବ ।

ଧନୁ:   ଆଜି ଆପଣଙ୍କ ଘରୋଇ ଜୀବନରେ କିଛି ଉତଥାନ ପତ୍ତନ ହେବାର ଅଛି । କିନ୍ତୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହା ହେବ ଭଲ ହେବ । ଘରକୁ ଅତିଥି ଆସିବେ ଏବଂ ଖୁସି ବଢ଼ିବ

ମକର:   ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।

କୁମ୍ଭ:   ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ ।

ମୀନ:  ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×