Quantum Mirror

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : ଲମ୍ବା ସମୟର ଆର୍ଥିକ ଆୟୋଜନ ସମ୍ପୂର୍ଣ୍ଣ କରି ପାରିବେ। ଆର୍ଥିକ ଏବଂ ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟକ ରହିବ। ବ୍ୟବସାୟରେ ମଧ୍ୟ ଯୋଜନା ଭଲ ବନି ପାରିବ। ପରୋପକାର ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆର୍ଥିକ ଲାଭ ହେବାର ଆଶା ରଖିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ସଂଘର୍ଷରେ ଆପଣଙ୍କ ହିଁ ବିଜୟ ହେବ।

ବୃଷ : ବିଦ୍ୟାଭ୍ୟାସ ପାଇଁ ଅନୁକୂଳ ସମୟ ଅଟେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ମଧୁରତା ଅନ୍ୟ ଲୋକମାନଙ୍କୁ ପ୍ରଭାବିତ କରିବ ଏବଂ ତା’ ଦ୍ଵାରା ଲାଭ ପ୍ରାପ୍ତି ହେବ। କଳା ତଥା ପଢ଼ିବା-ଲେଖିବାରେ ଆପଣଙ୍କ ରୁଚି ରହିବ। ବାହରେ ଭୋଜନ କରନ୍ତୁ ନାହିଁ। ଅନ୍ୟଥା ପାଚନତନ୍ତ୍ରର ଅସୁବିଧା ହେବାର ଆଶଂକା ଅଛି।

ମିଥୁନ : ଅଧିକାରୀମାନଙ୍କର ନକାରାତ୍ମକ ବ୍ୟବହାର ଅସୁବିଧାରେ ପକାଇପାରେ। ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ମନକୁ ସମ୍ବେଦନଶୀଳ ବନାଇବ। ବିଶେଷ ରୂପରେ ଜଳାଶୟ ଏବଂ ମହିଳାବର୍ଗଙ୍କଠାରୁ ସଚେତନ ରହିବାକୁ ପଡ଼ିବ। ପ୍ରତିକୂଳ ସଂଯୋଗ ବନିବାରୁ ଆପଣଙ୍କ କାର୍ଯ୍ୟରେ ଅଳ୍ପ ବିଳମ୍ବ ହୋଇପାରେ। ଶରୀରରେ ଫୂର୍ତ୍ତି ଏବଂ ମନରେ ଉତ୍ସାହର ଅଭାବ ରହିବ। ପେଟର ରୋଗ ଆପଣଙ୍କୁ ହଇରାଣ କରିପାରେ।

କର୍କଟ : ଆଜି କାର୍ଯ୍ୟର ସଫଳତା ଆପଣଙ୍କୁ ଅପେକ୍ଷା କରିଛି। ତା’ କାରଣରୁ ଆପଣଙ୍କ ଆନନ୍ଦ ଉତ୍ସାହ ଦୁଇଗୁଣ ହେବ। ମନ ସତେଜ ଏବଂ ପ୍ରଫୁଲ୍ଲିତ ରହିବ। ମିତ୍ର, ସମ୍ବନ୍ଧମାନଙ୍କ ସହିତ ସାକ୍ଷାତକରି ଏବଂ ଯାତ୍ରା କରିବାର କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ପରାଜିତ ହେବେ।

ସିଂହ : ଦୂରରେ ରହୁଥିବା ମିତ୍ରମାନଙ୍କ ତଥା ସ୍ନେହୀଜନମାନଙ୍କ ସହିତ ସନ୍ଦେଶ-ବ୍ୟବହାର ଲାଭଦାୟକ ପ୍ରମାଣିତ ହେବ।ଆଜି ଆପଣଙ୍କ ଦିନ ମିଶ୍ରତ ଫଳଦାୟୀ ରହିବ। କାର୍ଯ୍ୟରେ ଅଧିକ ସଫଳତା ମିଳିବ ନାହିଁ। ତେଣୁ ହତାସାର ଭାବନା ଆସିପାରେ। ପରିବାରରେ ମିଳାମିଶାର ବାତାବରଣ ରହିବ। ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ। କ୍ରୋଧ ଆପଣଙ୍କ କାମ ବିଗାଡ଼ି ପାରେ, ଏଥିରେ ନିୟନ୍ତ୍ରଣ ରଖିବେ।

କନ୍ୟା : ଘରେ ସୁଖ-ଶାନ୍ତିର ମାହୌଲ ରହିବାରୁ ମନରେ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରରେ ଲାଭ ସହିତ ସଫଳତା ମିଳିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ହେବ। ତାଙ୍କ ତରଫରୁ ମିଳୁଥିବା ଉପହାର ଆପଣଙ୍କୁ ପ୍ରସନ୍ନ କରିବ। ଦାମ୍ପତ୍ୟଜୀବନରେ ମଧୁରତା ରହିବ। ଚାକିରିରେ ଲାଭ ମିଳିବ, ପ୍ରମୋଶନ ହେବାର ସଂପୂର୍ଣ୍ଣ ସଂଭବାନା ଅଛି।

ତୁଳା : ଆଜି ଆପଣଙ୍କୁ ସ୍ଵାସ୍ଥ୍ୟ ବିଷୟରେ ଧ୍ୟାନ ରଖିବାକୁ ପଡ଼ିପାରେ। ଅବିଚାରୀ ଏବଂ ମବମାନନା ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ ଅନ୍ୟଥା କାହା ସହିତ ବାଦ-ବିବାଦ ହେବାର ଆଶଂକା ଅଛି। ମନୋରଞ୍ଜନରେ ଧନ ଖର୍ଚ୍ଚ ହୋଇପାରେ। ଏହି ସମୟ ଆଧ୍ୟାତ୍ମିକ ବ୍ୟବହାର ସହାୟକ ହେବ।

ବିଚ୍ଛା : ଚାକିରି-ଧନ୍ଦା ଏବଂ ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କୁ ଲାଭ ହିଁ ଲାଭ ମିଳିବ। ତା’ ସହିତ ମିତ୍ର, ପରିଜନମାନଙ୍କର ଏବଂ ବୃଦ୍ଧଙ୍କର ତରଫରୁ ମଧ୍ୟ ଲାଭ ପ୍ରାପ୍ତିର ସଂକେତ ଅଛି। ସାମାଜିକ ସମାରୋହ, ପର୍ଯ୍ୟଟନ ପରି ପ୍ରସଂଙ୍ଗରେ ଯାଇପାରନ୍ତି। ଶରୀର ଏବଂ ମନରେ ଆପଣ ଖୁବ ପ୍ରଫୁଲ୍ଲିତ ରହିବେ। ଆୟର ସ୍ତ୍ରୋତ ବଢ଼ିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ବନିବ।

ଧନୁ : ଆର୍ଥିକ ଯୋଜନା ଭଲ ଭାବରେ ପୂରା କରି ପାରିବେ।ଆଜି ଆପଣଙ୍କ ଯଶ, କୀର୍ତି ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନର ସଂଭାବନା ବଢ଼ିବ। ସ୍ଵାସ୍ଥ୍ୟ ଭଲ ରହିବ। ପରିବାରରେ ଆନନ୍ଦର ବାତାବରଣ ରହିବ। ପିତା ତଥା ସରକାରଙ୍କ ତରଫରୁ ଲାଭ ମିଳିବ। ବ୍ୟାପାର ହେତୁ ଯାତ୍ରାର ସଂଭାବନା ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ମକର : ବ୍ୟବସାୟ କ୍ଷେତ୍ରରେ ପ୍ରତିକୂଳ ବାତାବରଣ ଆପଣଙ୍କ ମନକୁ ଅସୁସ୍ଥ କରିପାରନ୍ତି। ବୌଦ୍ଧିକ କାର୍ଯ୍ୟ କିମ୍ବା ସାହିତ୍ୟ ଲେଖନ ପରି ପ୍ରବୃତ୍ତିଗୁଡ଼ିକ ପାଇଁ ଆଜି ଅନୁକୂଳ ଦିନ ଅଟେ। ଆପଣଙ୍କ ବ୍ୟବସାୟରେ ନୂଆ ବିଚାରଧାରା ଆପଣଙ୍କ କାର୍ଯ୍ୟଗୁଡ଼ିକୁ ନୂଆ ସ୍ଵରୂପ ଦେବ। ଶାରୀରିକ ଆଳସ୍ୟ ଅନୁଭବ କରିପାରନ୍ତି। ସନ୍ତାନଙ୍କର ସମସ୍ୟା ଆପଣଙ୍କୁ ହଇରାଣ କରିପାରେ। ଭୁଲବାଟରେ ଧନ ଖର୍ଚ୍ଚ ହୋଇପାରେ।

କୁମ୍ଭ : । ଆର୍ଥିକ ଅଭାବ ଅନୁଭବ ହୋଇପାରେ କିନ୍ତୁ ଶେଷରେ ସବୁ ଠିକ ହୋଇଯିବ।ଆଜି ନିଷେଧାତ୍ମକ କାର୍ଯ୍ୟଗୁଡ଼ିକରେ ଏବଂ ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ବାଦ-ବିବାଦରୁ ବଞ୍ଚନ୍ତୁ, କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ ଈଶ୍ଵରଙ୍କର ସ୍ମରଣ ଏବଂ ଆଧ୍ୟାତ୍ମିକତା ଆପଣଙ୍କ ମାନସିକ ବୋଝକୁ ହାଲୁକା କରିବ। ଜମି, ବାହନ କିଣିଲା ବେଳେ କାଗଜପତ୍ର ବନାଇବାରେ ସାବଧାନ ରହିବେ।

ମୀନ : ସ୍ଵଜନମାନଙ୍କ ତଥା ମିତ୍ରମାନଙ୍କ ସହିତ ପିକନିକରେ ଯାଇପାରନ୍ତି। ଦୈନିକ କାର୍ଯ୍ୟଗୁଡ଼ିକରୁ ସମୟ ବାହର କରି ଆଜି ଆପଣ ବୁଲିବାକୁ ଏବଂ ମନୋରଞ୍ଜନ ପଛରେ ସମୟ ବିତାଇବେ। ଦାମ୍ପତ୍ୟଜୀବନରେ ଅଧିକ ନିକଟତା ସ୍ଥାପିତ ହେବ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

×